February 26, 2026 3:36 am

ରାଉରକେଲା ବିମାନ କ୍ରାସ ଘଟଣାରେ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର: ରାଉରକେଲା ବିମାନ କ୍ରାସ ଘଟଣାରେ ଗୁରୁତର ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ମୃତ । ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ଗତ ୧୦ ତାରିଖରେ ଜଳଦା ନିକଟରେ ହୋଇଥିଲା ଦୁର୍ଘଟଣା । ଏଥିରେ ୨ ପାଇଲଟଙ୍କ ସହ ୬ ଜଣ ଆହତ ହୋଇଥିଲେ । ଏଥିରେ ଶୁଶାନ୍ତ ଗୁରୁତର ଥିଲେ ।ଉନ୍ନତମାନର ଚିକିତ୍ସା ପାଇଁ ୨ ଗୁରୁତରଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । ଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଥିଲା । ଶୁଶାନ୍ତ ବିଶ୍ୱାଳ ମଧ୍ୟ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲ l ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ୯-ସିଟ୍ ବିଶିଷ୍ଟ ଛୋଟ ଏକ ଘରୋଇ ବିମାନ ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଜଲଦା ନିକଟରେ ଲ୍ୟାଣ୍ଡିଂ କଲାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l