December 6, 2025 12:22 pm

ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ-

ଭୁବନେଶ୍ୱର: ରାଜଧାନୀରେ ଝାଡଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ରାଣୀ ମହୁମାଛି ସମେତ ୨ ଦଲାଲ ଓ ଘର ମାଲିକଙ୍କୁ ଗିରଫ କଲା କମିସନରେଟ ପୋଲିସ୍ । ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରାପିଡୋ ବୁକ୍ କରି ପଠେଇଥିଲେ କିଙ୍ଗପିନ ମଞ୍ଜୁ ସେଠୀ । ପୋଲିସ ତଦନ୍ତ କରି ସଂପୃକ୍ତ ଦୋଷୀମାନଙ୍କୁ ଗିରଫ କରିଛି ।

ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡି ଦେଇ ଚାଲିଯାଇଥିଲା ମଞ୍ଜୁ ସେଠୀ । ହସ୍ପିଟାଲରେ ନାବାଳିକାଙ୍କୁ ଛାଡି ଥିବା ଯେଉଁ ବ୍ୟକ୍ତିଙ୍କ ଫୋନ୍ ନମ୍ବର ଥିଲା ସେହି ନମ୍ବର ପୋଲିସ୍ ଧରିବା ପରେ ସବୁ କିଛି ସତ ସାମ୍ନାକୁ ଆସିଥିଲା । ତେବେ ପୀଡ଼ିତାଙ୍କୁ ପଚରାଉଚରା ସହ ଯେଉଁ ବ୍ୟକ୍ତିମାନଙ୍କୁ ପୋଲିସ୍ ଗିରଫ କରିଥିଲା, ସେମାନଙ୍କୁ ଚିହ୍ନଟ କରିଥିଲେ ପୀଡ଼ିତା । ରେଡ ସମୟରେ ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ମଞ୍ଜୁ ସେଠୀ , ମମତା ସାହୁ , ସଂଜୀବ ବା ବାପି ଦାସ , ଅବିନାଶ ମୁଦୁଲିକୁ ଗିରଫ କରାଯାଇଛି । ବାପି ଓରଫ ସଞ୍ଜୀବ ଦାସ ଘର ମାଲିକ ସମେତ ଦଲାଲ ଅବିନାଶ ମୁଦୁଲିଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲଗାଇଛି ପୋଲିସ୍ । ବହୁ କମ ସମୟ ମଧ୍ୟରେ ଏହି ଘଟଣାର ଖୁଲାସା କରିଛି ପୋଲିସ୍ । ଝାରଖଣ୍ଡ ପୋଲିସ୍ ସହ ଯୋଗାଯୋଗ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିସନର ଏସ ଦେବଦତ୍ତ ସିଂ ।