July 13, 2025 4:01 am

ପୁରୀ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଆପତ୍ତି ।

ପୁରୀ: ଗତ କିଛି ଦିନ ତଳେ ବିମାନବନ୍ଦର ନିର୍ମାଣକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆପତ୍ତି ଉଠାଇବା ପରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି ଏହି ଯୋଜନା । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍‌ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପୁରୀ ବିମାନବନ୍ଦର ନିର୍ମାଣ ରାସ୍ତାରେ ବାଧକ ସାଜିଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ଆପତ୍ତି ଉଠାଇ କୁହାଯାଇଛି ଯେ ବିମାନ ବନ୍ଦର ନିର୍ମାଣ ହେଲେ ପରିବେଶ ଓ ଜୈବ ବିବିଧତା ବିପଦରେ ପଡ଼ିବା ନେଇ ଆଶଙ୍କା ରହିଛି । ଏଥିପାଇଁ ଏବେ ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ ସ୍ଥଗିତ ରଖାଯାଇଛି । ୧୩ ହଜାର ଗଛ କାଟିବାକୁ ନେଇ କ୍ଷୁବ୍ଧ ହୋଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ୪୭୧ ହେକ୍ଟର ଜମିରେ ହୋଇଥାନ୍ତା ବିମାନବନ୍ଦରର ନିର୍ମାଣ । ଏଥିରେ ରହିଛି ପ୍ରାୟ ୨୮ଏକର ଜଙ୍ଗଲ ଜମି ଓ ସମୁଦ୍ର ପାଖ ଜମି । ଏଣୁ ଡଲଫିନ୍‌, ବିଦେଶୀ ପକ୍ଷୀ ଓ ଅଲିଭରିଡଲେଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍କା କରି ଆପତ୍ତି କରିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ।