ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ। ଆଜି ପୂର୍ବ ସରକାର ଉପରେ ବର୍ଷିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ୍ କଲେ। ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ୍ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ ବୋଲି କହିଛନ୍ତି ରବି ନାଏକ । ବିଜେଡି ୧୬ଟି ସିଭିଲ୍ ପ୍ରୋଜେକ୍ଟ କରିଥିଲା, ଆମେ ୬୬ଟି ସମ୍ପୂର୍ଣ୍ଣ କରିଛୁ’ । ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କଲେ, ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ । ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ’ । ୨୮,୩୫୦ ନଳକୂପ ବିଜେଡି କରିଥିଲେ, ଆମେ ୨୨,୯୬୪ଟି କରିଛୁ । ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ୍ ଲାଇନ ବିଛାଇଛି’ ବୋଲି କହିଛନ୍ତି ମନ୍ତ୍ରୀ ।
Post Views: 14









