February 26, 2026 8:43 am

ପତଞ୍ଜଳିକୁ ୭୨ ଘଣ୍ଟା ମଧ୍ୟରେ ସମସ୍ତ ପ୍ଲାଟଫର୍ମରୁ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ଅନ୍ୟ ଚ୍ୟବନପ୍ରାଶ ବ୍ରାଣ୍ଡକୁ “ଧୋକା” ବୋଲି ବର୍ଣ୍ଣନା କରୁଥିବା ବିଜ୍ଞାପନ ପ୍ରକାଶନ କିମ୍ବା ପ୍ରସାରଣ କରିବାରୁ ନିଷେଧ କରିଛନ୍ତି। ଏହା ସହିତ ତିନି ଦିନ ମଧ୍ୟରେ ସମସ୍ତ ଟେଲିଭିଜନ, ଡିଜିଟାଲ୍ ଏବଂ ପ୍ରିଣ୍ଟ୍ ପ୍ଲାଟଫର୍ମରୁ ବିଜ୍ଞାପନଟିକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ତୁଳନାତ୍ମକ ବିଜ୍ଞାପନକୁ ଅନୁମତି ଦିଆଯାଇପାରେ, କିନ୍ତୁ ଯେଉଁ ବିଜ୍ଞାପନଗୁଡ଼ିକ ଅନ୍ୟମାନଙ୍କୁ ଅପମାନିତ କରେ କିମ୍ବା ମିଥ୍ୟା ଏବଂ ଭ୍ରାମକ ବୟାନ ଦିଏ, ସେଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏହି ପ୍ରତିବନ୍ଧକ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ପତଞ୍ଜଳି ଆଉ ଟିଭି, ସୋସିଆଲ ମିଡିଆ କିମ୍ବା ପ୍ରିଣ୍ଟ ମିଡିଆରେ ଏହି ବିଜ୍ଞାପନ ଚଲାଇ ପାରିବ ନାହିଁ।ରାୟରେ କୋର୍ଟ କହିଛନ୍ତି ଯେ ସାଧାରଣ ଲୋକଙ୍କ ଦୃଷ୍ଟିକୋଣରୁ ଦେଖିଲେ ଏହି ବିଜ୍ଞାପନ ଏପରି ଭାବନା ସୃଷ୍ଟି କରୁଛି ଯେମିତି ଯେ ଅନ୍ୟ ଚ୍ୟବନପ୍ରାଶ କେବଳ ସେମାନଙ୍କ ପାଇଁ ଏକ ଧୋକା। ତେଣୁ ପତଞ୍ଜଳିକୁ ୭୨ ଘଣ୍ଟା ମଧ୍ୟରେ ସମସ୍ତ ପ୍ଲାଟଫର୍ମରୁ ଏହି ବିଜ୍ଞାପନକୁ ହଟାଇବା କୁ ପଡିବ।ଜାତୀୟ ଟିଭି ଚ୍ୟାନେଲ, ଷ୍ଟ୍ରିମିଂ ପ୍ଲାଟଫର୍ମ, ଡିଜିଟାଲ୍, ପ୍ରିଣ୍ଟ୍ ମିଡିଆ ଏବଂ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଜ୍ଞାପନ ଦେଖାଇ ପାରିବ ନାହିଁ । କେବଳ ସେତିକି ନୁହେଁ ପତଞ୍ଜଳି ଅନ୍ୟ ଚ୍ୟବନପ୍ରାଶକୁ ଧୋକା ବୋଲି କହିବା କିମ୍ବା ଏହାର ମେଡିକାଲ ଭାଲ୍ୟୁ ଉପରେ ପ୍ରଶ୍ନ ଉଠାଇବା ଭଳି କୌଣସି ନୂଆ ବିଜ୍ଞାପନ ଚଲାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।