ବିଶ୍ଵରଞ୍ଜନ ପଟ୍ଟନାୟକ
ଅନୁଗୁଳ: ସମ୍ବାଦ ସାହିତ୍ୟ ଘର,ଅନୁଗୁଳ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ପଖାଳ ଦିବସ ପାଳିତ ହୋଇଯାଇଛି।ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ ସର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ହିନ୍ଦୀ ସାହିତ୍ୟର ବିଶିଷ୍ଟ କବି ଏବଂ ଅନୁବାଦକ
ଦିନେଶ ମାଲି,ସମାଜସେବୀ ଅନୁକୂଳ ନନ୍ଦ ଏବଂ ବିଜୟ କୁମାର ମୋଦି ପ୍ରମୁଖ ଅତିଥିରୁପେ ଯୋଗଦାନ କରିଥିଲେ। ଏ ଅବସରରେ ଅତିଥି ମାନେ ଓଡ଼ିଆ ସଂସ୍କୃତି ବିଶେଷକରି ପଲ୍ଲୀ ସଂସ୍କୃତିରେ ପଖାଳ ଭାତର ଆଦର ଏବଂ ଏହାର ପୋଷଣ ତତ୍ତ୍ଵ ଉପରେ ଆଲୋକପାତ କରିଥିଲେ।
ସମାରୋହରେ ଶ୍ରୀ ସର ନିଜ ଅଭିଭାଷଣ ରେ ପଖାଳ ଭାତ ସହ ଓଡ଼ିଆ ଭାଷାର କିଭଳି ଉନ୍ନତି ହେବ ସେ ପ୍ରସଙ୍ଗରେ ଅନେକ ପ୍ରସ୍ତାବ ରଖିଥିଲେ।ପ୍ରତିଦିନ ଓଡ଼ିଆ ଖବର କାଗଜ ପଢ଼ିବା,ବିରତି ପାଇଲେ ପତ୍ର ପତ୍ରିକା ଏବଂ ବହି ପଢ଼ିବା,ନୂଆ ପିଢ଼ିର ଲୋକଙ୍କ ପିଲାଙ୍କୁ ଓଡ଼ିଆ ମାଧ୍ୟମ ସ୍କୁଲ ରେ ପଢ଼ାଇବା ଦିଗରେ ଅନୁପ୍ରେରୀତ କରିବା,ଚିଠି ନିମନ୍ତ୍ରଣ ପତ୍ର ଆଦି ଓଡ଼ିଆରେ ଛାପିବା ଆଦି କାର୍ଯ୍ୟ କଲେ ଆମ ଭାଷାର ବିକାଶ ହୋଇପାରିବ ବୋଲି ଶ୍ରୀ ସର ପ୍ରକାଶ କରିଥିଲେ।
ସମାରୋହରେ ଶ୍ରୀ ମାଲି,ଶ୍ରୀ ମୋଦି ଏବଂ ଶ୍ରୀ ନନ୍ଦ ଙ୍କୁ ସମ୍ବର୍ଧିତ ରାଯାଇଥିଲା।ସମ୍ବାଦ ଅନୁଗୁଳ ସଂସ୍କରଣର ମୁଖ୍ୟ ପ୍ରଦ୍ୟୁମ୍ନ ରାଉତ ସ୍ଵାଗତ ଭାଷଣ ଦେଇଥିବା ବେଳେ ସନତ ନାୟକଧନ୍ୟବାଦ୍ ଅର୍ପଣ କରିଥିଲେ।ସାହିତ୍ୟ ଘର ସମ୍ପାଦକ ଅରୁଣ ସାହୁ ଏବଂ କୋଷାଧ୍ୟକ୍ଷସତ୍ୟ ସୁନ୍ଦର୍ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।