December 6, 2025 3:03 pm

ଡିସେମ୍ବର ୧୭ ରେ ଓଟିଇଟି, ୨୫ ତାରିଖ ପର୍ଯ୍ୟନ୍ତ ହେବ ଫର୍ମ ପୂରଣ

ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଉଭୟ ଇନ ସର୍ଭିସ ଶିକ୍ଷକ ଓ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ହେବ ଫର୍ମ ପୂରଣ । ବୋର୍ଡର ୱେବସାଇଟ www.bseodisha.ac.in ରେ ସବିଶେଷ ତଥ୍ୟ ଉପଲବ୍ଧ । ବୋର୍ଡ ଅନୁଯାୟୀ, ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଆଜିଠାରୁ କେବଳ ବୋର୍ଡର ୱେବସାଇଟରେ ଅନଲାଇନରେ ଆବେଦନ କରିପାରିବେ । OTET ୨୦୨୫ ଫର୍ମ ପୂରଣ ନଭେମ୍ବର ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପ୍ରଯୁଜ୍ୟତା, ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ ଏବଂ ନିରନ୍ତର ପ୍ରମାଣପତ୍ର ପାଇଁ ଫର୍ମାଟ୍ ସମ୍ବଳିତ ନିର୍ଦ୍ଦେଶାବଳୀ ୱେବସାଇଟ୍ ରେ ଉପଲବ୍ଧ । OTET ପରୀକ୍ଷା ଆଡମିଟ୍ କାର୍ଡ ଡିସେମ୍ବର ୧୦ ତାରିଖରୁ ଉପଲବ୍ଧ ହେବ । ପରୀକ୍ଷା ଡିସେମ୍ବର ୧୭ ତାରିଖରେ ଦୁଇଟି ସିଟିଂରେ (ପେପର- ୧ ସକାଳ ୯ ଟାରୁ ୧୧.୩୦ ଟା ଏବଂ ପେପର-୨ ଅପରାହ୍ନ ୨ ଟାରୁ ୪.୩୦ ଟା) ଅନୁଷ୍ଠିତ ହେବ।