December 6, 2025 11:09 am

ଦୁଇଦିନିଆ ଓଡିଶା ବିକାଶ ସମାବେଶ


ଭୁବନେଶ୍ୱର: ଏକ ଘରୋଇ ହୋଟେଲରେ ଆଜି ଦୁଇଦିନିଆ ଓଡିଶା ବିକାଶ ସମାବେଶ ଉଦ୍ଘାଟନ ହୋଇଛି । ଏଥିରେ ଓଡିଶା ପାଇଁ ଜନ କୈନ୍ଦ୍ରିକ, ଜଳବାୟୁ ସ୍ମାର୍ଟ ଓ ଶତାୟୁ ଓଡ଼ିଶାର ନକ୍ସା ସହିତ ବିଭିନ୍ନ ସୁପାରିଶ ଗ୍ରହଣ କରାଯାଇଛି। ନୁଆ ଦୃଷ୍ଟିକୋଣର ବିକାଶ ପାଇଁ ଓଡିଶା ବିକାଶ କନକ୍ଲେଭ ଉଦ୍ୟମ କରିବ। ଓଡିଶା ୨୦୩୬ ମସିହାରେ ତାର ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ଓଡିଶାକୁ ଏକ ଅଗ୍ରଣୀ ଜଳବାୟୁ ସହନଶୀଳ ରାଜ୍ୟ କରିବାକୁ ଲକ୍ଷ ନେଇ ଓଡିଶା ବିକାଶ କନକ୍ଲେଭ ଆୟୋଜନ ହୋଇଥିଲା। ଏଥିପାଇଁ ନୁଆ ଦୃଷ୍ଟିଭଙ୍ଗୀ ସହିତ ସନ୍ତୁଳିତ ବିକାଶର ନକ୍ସା ନିରୂପଣ ପାଇଁ ୫୦୦ ପ୍ରତିନିଧି ଏକାଠି ହୋଇଥିଲେ। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ, ରାଜ୍ୟ ସରକାର, ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ ୪୦ରୁ ଅଧିକ ସଦସ୍ୟ ଏହାକୁ ଆୟୋଜନ କରିଥିଲେ । ଆୟୋଜକ ଅନୁଷ୍ଠାନ ଲୋକ କୈନ୍ଦ୍ରିକ ବିକାଶ, ନ୍ୟାୟ ସଙ୍ଗତ ବଜାର ଓ ପ୍ରକୃତି ସହିତ ସମନ୍ବୟରକ୍ଷାକାରି ପଦକ୍ଷେପ ଗୁଡ଼ିକ ବାବଦରେ ଚିନ୍ତନ ମନ୍ଥନ କରିବାକୁ ଲକ୍ଷ ରଖିଥିବା କହିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସିୱାଇଏସଡ଼ି ସହ ପ୍ରତିଷ୍ଠାତା ଜଗଦାନନ୍ଦ ଓ ବିଶିଷ୍ଟ ସମାଜ ବିଜ୍ଞାନୀ ରାଜେଶ ଟଣ୍ଡନ ଗ୍ରାମାଞ୍ଚଳର ଉନ୍ନତି, ଜଳବାୟୁ ପରିବର୍ତ୍ତନ ସହନଶୀଳତା ଓ ଲୋକ ଭାଗିଦାରିତା ଉପରେ ଆଲୋକପାତ କରିଥିଲେ ।