ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ନିତୀଶ ଏନଡିଏରେ ସାମିଲ ହୋଇ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି।
ଫେବ୍ରୁଆରି ୧୨ ତାରିଖରେ ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାର ପାଞ୍ଚ ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଛି।
ଜାନୁଆରି ୨୮ ତାରିଖରେ ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଫେରିବା ପାଇଁ ମହାମେଣ୍ଟ ମେଣ୍ଟଛାଡିବା ପରେ ଜନତା ଦଳ-ୟୁନାଇଟେଡ ନେତା ତାଙ୍କର ପ୍ରଥମ ଜାତୀୟ ରାଜଧାନୀ ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଅନ୍ୟ ଶୀର୍ଷ ନେତାମାନଙ୍କୁ ମଧ୍ୟ ଭେଟିବେ।
ଏହା ପୂର୍ବରୁ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।
ଜେଡିୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଶୀର୍ଷ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ।
ବିହାରରେ ୬ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଏହି ଆସନ ଗୁଡ଼ିକ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।









