June 26, 2025 2:05 pm

ସୁଶୀଳା ଦେବୀ ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ନୂଆ କ୍ୟାମ୍ପସ ଉଦଘାଟିତ

  • ରାଜ୍ୟରେ ନର୍ସିଂ ଛାତ୍ର ଛାତ୍ରୀଙ୍କ ନିଯୁକ୍ତି ଶୀର୍ଷରେ : ପ୍ରଫେସର ସଚ୍ଚିଦାନନ୍ଦ  ମହାନ୍ତି, ଡିଏମଇଟି

ବ୍ରହ୍ମପୁର: ସୁଶୀଳା ଦେବୀ ସ୍ଵାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ନୂତନ ଭାବେ ନିର୍ମିତ କ୍ୟାମ୍ପସ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭାବି ନାରାୟଣପୁର ଗ୍ରାମରେ ରବିବାର ଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ କୁ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ ର ମୁଖ୍ୟ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଯୋଗ ଦେଇଥିଲେ । 

ସମ୍ମାନିତ ବରିଷ୍ଠ  ବ୍ୟବସାୟୀ ପ୍ରକାଶ କୁମାର ପାତ୍ର, ଅନୁଷ୍ଠାନର ଅନ୍ୟତମ ନିର୍ଦ୍ଦେଶକ ନୟନ କୁମାର ସାହୁ, ବିନୋଦ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା ଓ ଡୁରା ଗ୍ରାମ ସରପଞ୍ଚଙ୍କ ପ୍ରତିନିଧି ବିଜୟ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ବିଶେଷ କରି  ଏହି ଅନୁଷ୍ଠାନରେ ବିଏସସି ନର୍ସିଂ ଏବଂ ବିଏନଏମ୍ ଅଧ୍ୟୟନ ସକାଶେ ଉପଯୁକ୍ତ  ଅନୁଷ୍ଠାନ ବୋଲି ମତ ରଖିଥିଲେ ଅତିଥି । ରାଜ୍ୟରେ କୋରୋନା କାଳରେ ଯେତେବେଳେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଥିଲା ସେତେବେଳେ ଏଭଳି ନର୍ସିଂ ଅଫିସର ମାନେ ଆଗ ଧାଡ଼ିର ଯୋଦ୍ଧା ସାଜି ଏହି ମହାମାରୀ ରୁ ଲୋକଙ୍କୁ ସାହାର୍ଯ୍ୟ କରିଥିଲେ ।

 ଯାହା ଫଳରେ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ସମ୍ମାନିତ ମଧ୍ୟ କରିଥିଲେ । ବର୍ତମାନ ଛାତ୍ର ଛାତ୍ରୀ ଏଭଳି ସ୍ବାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି । ଏହାସହ ଓଡ଼ିଶାରେ ଯେଉଁ ଛାତ୍ର ଛାତ୍ରୀ ମାନେ ନର୍ସିଂ ଅଧ୍ୟୟନ କରୁଛନ୍ତି ସେମାନଙ୍କୁ ସାରା ଭାରତ ରେ ପ୍ରସାଂସା କରାଯାଉଛି । ଯେତେବେଳେ ସିଙ୍ଗାପୁର ଏକ ହସ୍ପିଟାଲରୁ କ୍ୟାମ୍ପସ ଚୟନ କରିବା ପାଇଁ ଭାରତକୁ କୁ ଆସିଥିଲେ ସେତେବେଳେ ଓଡ଼ିଶାରୁ ନର୍ସିଂ ଛାତ୍ର ଛାତ୍ରୀ ଙ୍କୁ ନେଲେ ସେଠାରେ ସେମାନେ ଉଚ୍ଚକୋଟୀର ସେବା ପାଇପାରିବେ ବୋଲି ଚିନ୍ତା କରିଥିଲେ ।

ତେବେ ଆଗାମୀ ଦିନରେ ରାଜ୍ୟରୁ ୨୦ ହଜାର ନର୍ସିଂ ଅଫିସରଙ୍କୁ ନିଯୁକ୍ତି ପାଇବା ସମ୍ଭାବନା ରହିଥିବା ବେଳେ ଏଥି ପ୍ରତି ରାଜ୍ୟ ସରକାର ଅଧିକ ଦୃଷ୍ଟି ଦେଉଛନ୍ତି । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ୧୩ ଟି ମେଡିକାଲ କଲେଜ୍ ରହିଛି ଯାହା ଫଳରେ ଛାତ୍ର ଛାତ୍ର ଏଠାରେ ଅଧ୍ୟୟନ କରି ରାଜ୍ୟ ତଥା ଦେଶ ବିଦେଶରେ ମଧ୍ୟ ନିଯୁକ୍ତି ପାଇବାର ଅନେକ ସୁଯୋଗ ରହିଛି ବୋଲି ମୁଖ୍ୟ ଅତିଥି ରମେଶଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟପଟେ ରାଜ୍ୟରେ ନର୍ସିଂ ଛାତ୍ର ଛାତ୍ରୀଙ୍କ ନିଯୁକ୍ତି କ୍ଷେତ୍ରରେ ଶୀର୍ଷରେ ଥିବା ଯୋଗୁଁ  ଶ୍ରୀମତୀ ସୁଶୀଳା ଦେବୀ ସ୍ବାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଆରମ୍ଭ ହେବା ଛାତ୍ର ଛାତ୍ରୀଙ୍କ  ଏକ ପ୍ରକାର ସୁଯୋଗ ବୋଲି ମତ ରଖିଥିଲେ ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ ର ମୁଖ୍ୟ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି  । ପରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଶ୍ରୀମତୀ ଅନିତା କୁମାରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ଜଗଦୀଶ ମହାପାତ୍ର ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ମଧୁସ୍ମିତା ପରିଡ଼ା, ସାଇ ସନ୍ତୋଷ ନନ୍ଦ, ସୁଶୀଳା ଦେବୀ ସ୍ବାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ଭାଇସ ପ୍ରିନ୍ସିପାଲ୍ ସୋନ୍ତଷିନି ପ୍ରଧାନ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।