June 26, 2025 2:36 pm

ଜିଓର ନୂତନ ବୁଷ୍ଟର ପ୍ଳାନ: ୧୦୧ ଟଙ୍କାରେ ମିଳିବ ୧୦୦ଜିବି ଡାଟା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଟେଲିକମ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ନିକଟ‌ରେ ଦୁଇଟି ନୂଆ ଏୟାରଫାଇବର ପ୍ଲାନ ଲଞ୍ଚ କରିଛି। ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି ଏୟାରଫାଇବର ଗ୍ରାହକଙ୍କ ପାଇଁ
ଦୁଇଟି ନୂତନ ବୁଷ୍ଟର ପ୍ଲାନ ଲଞ୍ଚ କରିଛି।

ଜିଓ ଏୟାରଫାଇବର କମ୍ପାନିର ୫ଜି ୱୟ‌ାରଲେସ ଇଣ୍ଟରନେଟ ସେବା ରହିଛି।  ଜିଓ ଏୟ‌ାରଫାଇବରକୁ ସର୍ବପ୍ରଥମେ ଗ୍ର‌ାହକଙ୍କ ପାଇଁ  ୨୦୨୩ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ ଲଞ୍ଚ କରାଯାଇଥିଲା।  ସେ ସମୟରେ ଗ୍ରାହକଙ୍କ ପାଖରେ ୪୦୧ଟଙ୍କାର ଡାଟା ବୁଷ୍ଟର ପ୍ଲାନ ହିଁ କିଣିବାର ବିକଳ୍ପ ଥିଲା। ଏହି ପ୍ଲାନରେ କମ୍ପାନି ୧ଟିଭି ହାଏସ୍ପିଡ ଡାଟା ଅଫର କରୁଥିଲା। କିନ୍ତୁ ଏବେ କମ୍ପାନି ଏଥିରେ କିଛି ପରିବର୍ତ୍ତନ ଆଣିଛି।

କମ୍ପାନି ୧୦୧ଟଙ୍କାର ଡାଟା ବୁଷ୍ଟର ପ୍ୟାକରେ ୧୦୦ଜିବି ଅତିରିକ୍ତ ଡାଟା ପ୍ରଦାନ କରୁଛି। ବୈଧତା ଓ ବେଗ ମହଜୁଦ ଥିବା ପ୍ଲାନର ହିଁ ରହିବ। ସେହିପରି ୨୫୧ ଟଙ୍କାର ପ୍ୟାକରେ ୫୦୦ଜିବି ଅତିରିକ୍ତ ଡାଟା ଅଫର କରାଯିବ। ଏହି ଡାଟାରେ ମିଳୁଥିବା ବୁଷ୍ଟର ପ୍ଲାନକୁ ଆପଣ ରିଚାର୍ଜରେ ମିଳୁଥିବା ମାସିକ ଡାଟା ଶେଷ ହେବାପରେ ଯାଇ ବ୍ୟବହାର କରି ପାରିବେ।

ତେବେ ଗ୍ରାହକଙ୍କୁ ଜାଣି ରଖିବାକୁ ପଡ଼ିବ କି ଯଦି ଆପଣଙ୍କ  ଏୟାରଫାଇବର ପ୍ଲାନ ମାସର ୧ ତାରିଖରେ ଶେଷ ହେଉଛି ତେବେ ଆପଣଙ୍କ ବୁଷ୍ଟର ପ୍ଲାନ ବି ସେହିଦିନ ଶେଷ ହୋଇଯିବ।