February 26, 2026 3:43 am

ନେତାଜୀ ଜୟନ୍ତୀ – ଦେଶପ୍ରେମ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର: ଭାରତ ବର୍ଷର ସ୍ଵାଧୀନତା ସଂଗ୍ରାମର ଅଗ୍ରଗନ୍ୟ ଯୋଦ୍ଧା,ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ର ୧୩୦ ତମ ଜୟନ୍ତୀ ଅବସରରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଓ ଆଜାଦ ହିନ୍ଦ୍ ବାହିନୀ ପକ୍ଷରୁ ଜାନୁଆରୀ ୨୧ ଠାରୁ ଆରମ୍ଭ ହୋଇଥିବା ଦେଶପ୍ରେମ ମହୋତ୍ସବ-୨୦୨୬ ଆଜି ଉଦଯାପିତ ହୋଇଯାଇଛି । ଆଜି ସକାଳୁ ନେତାଜୀ ଜୟନ୍ତୀ ଅବସରରେ ଫରୱାର୍ଡ ବ୍ଲକ୍ ଓ ଆଜାଦ ହିନ୍ଦ୍ ବାହିନୀ ର କର୍ମୀମାନେ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ନେତାଜୀ ଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଫରୱାର୍ଡ ବ୍ଲକ ର କର୍ମୀମାନେ ଦେଶପ୍ରେମ ର ସର୍ବୋଚ୍ଚ ପ୍ରତୀକ ନେତାଜୀ ସୁଭାଷ ଙ୍କ ଜନ୍ମ ଜୟନ୍ତୀ କୁ କେନ୍ଦ୍ର ସରକାର ଦେଶପ୍ରେମ ଦିବସ ଭାବରେ ଘୋଷଣା କରିବା ପାଇଁ ସ୍ଲୋଗାନ ଦେଇ ଦାବୀ କରିଥିଲେ। ପରେ ନେତାଜୀ ଭବନ ପରିସରରେ ଦେଶପ୍ରେମ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ଫରୱାର୍ଡ ବ୍ଲକ ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଫରୱାର୍ଡ ବ୍ଲକର ପୂର୍ବତନ ଜାତୀୟ ସାଧାରଣ ସଂପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ସିପିଆଇ ର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ, ସିପିଆଇଏମ ର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ. ଏଲ) ଲିବରେସନ ର ରାଜ୍ୟ ସଂପାଦକ ଯୁଧିଷ୍ଟିର ମହାପାତ୍ର, ସିପିଆଇ(ଏମ. ଏଲ) ରେଡଷ୍ଟାର ର ରାଜ୍ୟ ସଂପାଦକ କମ୍ରେଡ୍ ପ୍ରମିଳା , ଏନ.ସି. ପି (ଶରତ ପାୱାର) ର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆର.ଜେ. ଡି. ର ରାଜ୍ୟ ସାଧାରଣ ସଂପାଦକ ହେମନ୍ତ କୁମାର, ସମତାକ୍ରାନ୍ତି ଦଳର ସାଧାରଣ ସଂପାଦକ ପ୍ରଭାସ ସାମନ୍ତରାୟ , ସମାଜବାଦି ପାର୍ଟି ର ରାଜ୍ୟ ସଂପାଦକ ପ୍ରଦୀପ ମିଶ୍ର, ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ବକ୍ତବ୍ୟ ରଖି ଭାରତ ବର୍ଷରେ ସାମ୍ରାଜ୍ୟବାଦ ବିରୋଧୀ ମହାସଂଗ୍ରାମର ନାୟକ ଭାବରେ ନେତାଜୀ ସୁଭାଷଙ୍କୁ ନିଜ ବକ୍ତବ୍ୟ ରେ ଅଭିହିତ କରିଥିଲେ। ନେତାଜୀ ଥିଲେ ସ୍ଵାଧୀନୋତ୍ତର ଭାରତ ବର୍ଷରେ ଶାସନର ନେତୃତ୍ଵ ନେଇଥିଲେ, ଆଜି ଭାରତୀୟମାନଙ୍କ ଅବସ୍ଥା ଭିନ୍ନ ହୋଇଥାନ୍ତା। ସ୍ବାଧୀନତାର ୮୦ ବର୍ଷ ପରେ ମଧ୍ୟ ଆଜି ଆମ ଦେଶରେ ଭୋକ, ଭୟ ଓ ଭ୍ରଷ୍ଟାଚାର ରାଜୁତି କରୁଛି l ଜାତି, ଧର୍ମ ନାମରେ ମଣିଷକୁ ଭାଗ ଭାଗ କରାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଭଳି ମୌଳିକ ସୁବିଧା ସାଧାରଣ ଜନତାଙ୍କ ପାଇଁ ଆଜି ବି ଅପହଞ୍ଚ ହୋଇରହିଛି। କର୍ପୋରେଟ ନିୟନ୍ତ୍ରଣ ରେ ଭାରତବର୍ଷର ଶାସନତନ୍ତ୍ର ପରିଚାଳିତ ହେଉଛି। ଯାହା ଫଳରେ ସରକାରଙ୍କ ଜନ ବିରୋଧି ନିଷ୍ପତି କାରଣରୁ ଜନତାଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ବୋଲି ନିଜ ନିଜ ବକ୍ତବ୍ୟରେ ଅଭିଯୋଗ କରିଥିଲେ l ନେତାଜୀ ଥିଲେ, ସମସ୍ତଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଭଳି ସର୍ବନିମ୍ନ ଆବଶ୍ୟକତା ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରି ସାଧାରଣ ଜନତାଙ୍କୁ ସଶକ୍ତ କରିଥାନ୍ତେ ବୋଲି ବ୍ୟକ୍ତାମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜାତି, ଧର୍ମ, ବର୍ଣ୍ଣ ର ଉର୍ଦ୍ଧ ରେ ସମସ୍ତ ଭାରତୀୟମାନଙ୍କୁ ଦେଶପ୍ରେମ ର ମହାମନ୍ତ୍ରରେ ଦୀକ୍ଷିତ କରାଇ ନେତାଜୀ ସୁଭାଷ ଙ୍କ ରାସ୍ତାରେ ଭାରତ ବର୍ଷର ପୁନଃନିର୍ମାଣ ପାଇଁ ସମସ୍ତେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ବକ୍ତା ମାନେ ଆହ୍ୱାନ କରିଥିଲେ l

ଅପରାହ୍ନରେ ବରିଷ୍ଠ ଆଇନଜିବୀ ବିଭୁ ପ୍ରସାଦ ତ୍ରିପାଠୀ, ବିଶିଷ୍ଟ କବି ନିରାକାର ଦାସ, ସମଦୃଷ୍ଟିର ସଂପାଦକ ବିଘ୍ନେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ଫରୱାର୍ଡ ବ୍ଲକ ର ଜିଲ୍ଲା ସଭାପତି ବେଣୁଧର ହରିଚନ୍ଦନ, ଫରୱାର୍ଡ ବ୍ଲକର ରାଜ୍ୟ ନେତା ଜିତେନ୍ଦ୍ରିୟ ବେହେରା, କମଳା ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଦେଶପ୍ରେମ ମହୋତ୍ସବ ର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ଅତିଥିମାନେ ନେତାଜୀମନସ୍କ ହୋଇ ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ ଜାରିରଖିବାକୁ ଆହ୍ୱାନ କରିଥିଲେ l ସନ୍ଧ୍ୟାରେ ଯୁବ କଳାକାର ଜସ୍ମିନ ରାୟ, ସତ୍ୟବ୍ରତ ପଣ୍ଡା, ଅନୁରାଗ ଦାସ, ଚିନ୍ମୟ କୁମାର ସାହୁ ପ୍ରମୁଖଙ୍କ ନେତୃତ୍ଵରେ ଦେଶପ୍ରେମ ମହୋତ୍ସବ ମଞ୍ଚରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଆଜାଦ ହିନ୍ଦ୍ ବାହିନୀର ରାଜ୍ୟ ସଂଯୋଜିକl ଲକ୍ଷ୍ମୀ ଦୋରା, ଦିସା ଆଜାଦ, ରିଙ୍କି ସାହୁ, ଈଶ୍ୱର ଖିଲ, ସବିନ୍ଦ୍ର ଖିଲ, ରାଜୁ ମାଡକlମି, ଇଜନ ଭଜ, ରଜନୀ ବାରିକ୍ , ଫରୱାର୍ଡ ବ୍ଲକର ନେତା ନିରଞ୍ଜନ ଭୋଇ, ସନ୍ତୋଷ କୁମାର ଜତି, ଅବଦୁଲ ତାଲିବ, ସୁଶାନ୍ତ କୁମାର ସୁନା, ଧନ ଗିଉରିଆ, ପ୍ରତ୍ୟୁଷ ମହାନ୍ତି, ନିଶା ଭୁକ୍ତl ପ୍ରମୁଖ ଙ୍କ ନେତୃତ୍ୱରେ ଏହି ଦେଶପ୍ରେମ ମହୋତ୍ସବ କାର୍ଯ୍ୟକ୍ରମ ତିନି ଦିନ ଧରି ସଂଗଠିତ ହୋଇଥିଲା।