କେନ୍ଦୁଝର: ପୂର୍ବତଟ ରେଳବାଇ ହେଉ କି ଦକ୍ଷିଣ- ପୂର୍ବରେଳବାଇ, କେନ୍ଦୁଝର ଜିଲ୍ଲା ଖଣିଜ ପଦାର୍ଥ ପରିବହନରେ ସର୍ବାଧିକ ରାଜସ୍ୱ ଦେଇଥିବାବେଳେ କ୍ରମାଗତ ଭାବେ ଅବିଚାର ଓ ବୈମାତ୍ମକ ମନୋଭାବରୁ ଶିକାର ହୋଇଛି କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାର ଆନନ୍ଦପୁର, ଚମ୍ପୁଆ ଓ ମା’ ତାରିଣୀଙ୍କ ପବିତ୍ର ପୀଠ ଘଟଗାଁକୁ ରେଳ ସଂଯୋଗ କରିବା ଦାବି ଦୀର୍ଘଦିନରୁ ହୋଇଆସୁଥିବା ବେଳେ ଗତ ଦଶବର୍ଷ ଧରି ଏହି ଦାବି ପ୍ରତି କର୍ଣ୍ଣପାତ କରାଯାଇନାହିଁ ।
କେନ୍ଦୁଝର ଦେଇ ରାଜଧାନୀ ନୂଆଦିଲ୍ଲୀକୁ ଟ୍ରେନ ଚଳାଇବା ପାଇଁ ଦାବି ରଖିଥିବା ଓ କେନ୍ଦୁଝର ଜିଲ୍ଲାରେ ଏହାକୁ ଦଳମତ ନିର୍ବିଶେଷରେ ସମର୍ଥନ ମିଳୁଥିବା ଆଲୋଚନା ହେଉଛି । କେନ୍ଦୁଝର ଜିଲ୍ଲାର ଖଣି କ୍ଷେତ୍ରମାନଙ୍କରୁ ମାଲ ପରିବହନ ଅକାରରେ, ଭାରତୀୟ ରେଳବାଇ ବର୍ଷକୁ ୧୦ ହଜାର କୋଟି ଟଙ୍କା ରାଜସ୍ବ ଆକାରରେ ପାଉଥିବା ବେଳେ କେନ୍ଦୁଝର ଜିଲ୍ଲା ରେଳବାଇ କ୍ଷେତ୍ରରେ ଅନେକ ପଛରେ ଥିବା କଥା କାହାକୁ ଅଛପା ନୁହେଁ।
କେନ୍ଦୁଝର ଜିଲ୍ଲା ପାଇଁ ବିଶେଷ ଉପଯୋଗୀ ଯଖପୁରା-ବାଂଶପାଣି-ଜାମସେଦପୁର ରେଳ ଲାଇନକୁ ଦୋହରୀକରଣ କରିବା ସହ ଏହାର ଇଲେକ୍ଟ୍ରି ସଂଯୋଗ କରିବାକୁ ଦାବି କରାଯାଇଛି । ରେଳ କେନ୍ଦୁଝର – ବାଦାମପାହାଡ ଲାଇନକୁ ସଂଯୋଗ କରିବା ପାଇଁ ପୂର୍ବତନ ମନ୍ତ୍ରି ତଥା ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର ଦାବି କରିଛନ୍ତି।ଏହାଦ୍ୱାରା ନୂଆଦିଲ୍ଲୀକୁ ଏକ ବିକଳ୍ପ ରେଳ ଲାଇନ ହୋଇ ପାରିବ ବୋଲି ପ୍ରକାଶ କରାଯାଇଥିଲେ ମଧ୍ୟ ରେଳବାଇ ଏହା ଉପରେ ନିରବ ରହିଛି ।
କେନ୍ଦୁଝର ଜିଲ୍ଲାବାସୀଙ୍କର ବିଶେଷକରି ଖଣି ଅଞ୍ଚଳ ଭାବେ ପରିଗଣିତ ବଡବିଲବାସୀଙ୍କ ଦାବି ବଡବିଲ- ବାଂଶପାଣି ମାତ୍ର ୭ କି.ମିକୁ ସଂଯୋଗ କରିବା ଆବଶ୍ୟକ। ବାଂଶପାଣି- ବିମଳାଗଡ ମାତ୍ର ୩୦ କିଲୋମିଟରକୁ ସଂଯୋଗ କରାଗଲେ ଏହା ରାଉରକେଲା ସହ ସଂଯୁକ୍ତ ହୋଇପାରିବ। ରେଳ ମାନଚିତ୍ରରେ ଆଦୌ ନ ଥିବା ଆନନ୍ଦପୁରକୁ ସଂଯୋଗ କରିବା ଆବଶ୍ୟକ ଏଇଥି ପାଇଁ ହରିଚନ୍ଦନପୁର- ଆନନ୍ଦପୁର-ଭଦ୍ରକ ରେଳଲାଇନ ସଂଯୋଗ ହେଲେ ଏହା ଧାମରା ବନ୍ଦର ସହ ସଂଯୋଗ ହୋଇପାରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ। ଖଡଗପୁରର ହିଜିଲି ଷ୍ଟେସନ ସହ ଅନୁଗୁଳକୁ ସଂଯୋଗ କରାଗଲେ କେନ୍ଦୁଝର- ମୟୁରଭଞ୍ଜ- ଢେଙ୍କାନାଳ ଜିଲ୍ଲାରେ ରେଳ ସଂଯୋଗ କରାଯାଇପାରିବ ।
ପୁରୀ-କେନ୍ଦୁଝରଗଡ ଚକ୍ରଧରପୁର ପାଇଁ ଅଧିକ ଟ୍ରେନ ବ୍ୟବସ୍ଥା, ପ୍ରତ୍ୟେକ ଦିନ କେନ୍ଦୁଝର-ଟାଟାନଗର ନୂଆମୁଣ୍ଡି-ଚାଇବାସା ଟ୍ରେନ ବିଶାଖାପାଟଣାକୁ ଅଧିକ ଦିନ ଟ୍ରେନ ଚଳାଇବା, ଭୁବନେଶ୍ୱର-ନୂଆଦିଲ୍ଲୀ ଭାୟା ଟ୍ରେନ କେନ୍ଦୁଝର ଟ୍ରେନ ଚଳାଚଳ ପ୍ରସ୍ତାବିତ ପାରାଦ୍ୱିପ-ନୂଆଦିଲ୍ଲୀ ରାୟା ଜାମ୍ମୁତାଇ ଏକ୍ସପ୍ରେସକୁ କେନ୍ଦୁଝର-ବଡବିଲ- ଟାଟାନଗର ଦେଇ ଚଳାଇବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । କୋଲକୋତାରୁ ବଡବିଲ ଚାଲୁଥିବା ଜନଶତାବ୍ଦୀ ଏକ୍ସପ୍ରେସକୁ କେନ୍ଦୁଝର ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ରାତ୍ରୀକାଳୀନ ଟ୍ରେନ ଭୁବନେଶ୍ଵରକୁ ଚାଲିବା ସହ ସମସ୍ତ ଷ୍ଟେସନର ଉନ୍ନତିକରଣ କରିବା ପାଇଁ ରେଳ ମନ୍ତ୍ରୀ ପଦକ୍ଷେପ ନେବାକୁ କେନ୍ଦୁଝର ଜିଲ୍ଲାବାସୀ ଅନେଇ ବସିଛନ୍ତି।
ସ୍ୱାଧୀନତା ର ଦୀର୍ଘ ବର୍ଷ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାବାସୀ ନିଜ ଜିଲ୍ଲା ରେ ରେଳ ଚାଲିବାର ଶବ୍ଦ ଶୁଣି ନ ଥିବା ବେଳେ କେନ୍ଦ୍ର ରେ ମନମୋହନ ସରକାର ପ୍ରଥମେ ପୁରୀ -କେନ୍ଦୁଝରଗଡ ଟ୍ରେନ ଚାଲିଥିଲା। ମାତ୍ର ଏହା ମଧ୍ୟ ରେ ୧୬ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ରେ ରେଳ କ୍ଷେତ୍ର ରେ ଜିଲ୍ଲା ରେ ଆଖିଦୃଷ୍ଟିଆ ଉନ୍ନତି ହୋଇପାରିନାହିଁ ବୋଲି ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର କହିଛନ୍ତି।h