ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା ଶାରଳାଙ୍କ ମନ୍ଦିରରୁ ଦୁରବୁତ ମାନେ ଚୋରି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ସାମ୍ନାରେ ଥିବା ୧ନଂ ହୁଣ୍ଡି ବଡ଼ ହୁଣ୍ଡିରୁ ଚୋରି ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ମନ୍ଦିର ପଛପଟରେ ଅନେକ ଟଙ୍କା ପଡ଼ିଥିବାର ଲୋକମାନେ ଦେଖିଥିଲେ । ସଙ୍ଗେ ସଙ୍ଗେ ମନ୍ଦିର ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ ।
ଫାଣ୍ଡି ଅଧିକାରୀ ଦେଖିଲା ବେଳକୁ ମନ୍ଦିର ସାମ୍ନାରେ ଥିବା ବଡ଼ ହୁଣ୍ଡିରୁ ଚୋରି ହୋଇଥିବା ଜାଣିବାକୁ ପାଇଲେ । କଟର ମେସିନ୍ ସହାୟତାରେ କିଛି ଦୂର୍ବୃତ୍ତ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୁଣ୍ଡିରୁ ଚୋରି ହେଉଥିବା ଅଭିଯୋଗ ହେଉଛି । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ଓ କନକପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଏହି ଘଟଣା ପରେ ଜଣକୁ ପଚରା ଉଚୁରା କରାଯାଉଛି ।
Post Views: 166