June 26, 2025 6:59 pm

ଏନଡିଏରେ ମିଶି ପାରନ୍ତି ଏମଏନଏସ ମୁଖ୍ୟ ରାଜ ଠାକରେ

ମୁମ୍ବାଇ: ଚଳିତ ମାସ ୨୮ ତାରିଖରେ ଏନଡିଏ ମହାରାଷ୍ଟ୍ରରେ ଏହାର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିବ।  ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ରାଜନୈତିକ ଦଳ ଏମଏନଏସ ଏନଡିଏରେ ସାମିଲ ହେବା ନେଇ ଆସନ୍ତାକାଲି ନିଷ୍ପତ୍ତିନେବ। ଏଥିଲାଗି  ଆସନ୍ତାକାଲି ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଏନଡିଏରେ ସାମିଲ ହେବା ନେଇ ଦଳ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି। । ଏଣୁ ଏମଏନଏସକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି କୁହାଯାଉଛି।

ଗତ କିଛି ଦିନ ଧରି ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ନେଇ ଆଲୋଚନା ଜୋର ଧରିଛି। ସୂତ୍ରରୁ ପ୍ରକାଶ ଯେ ରାଜ ଠାକରେ ଏନଡିଏରେ ଯୋଗ ଦେଇପାରନ୍ତି। ବିଜେପି ରାଜ ଠାକରେଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରିଥିଲେ। ପୂର୍ବରୁ ରାଜ ଠାକରେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ବିଶେଷ କରି ରାଜ ଠାକରେଙ୍କର ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ ପ୍ରଭାବ ରହିଛି। ଏହାପୂର୍ବରୁ ରାଜ ଠାକରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମଧ୍ୟ ଭେଟିଥିଲେ।

ମହାରାଷ୍ଟ୍ରରେ ରାଜ ଠାକରେଙ୍କ ଭାବମୂର୍ତ୍ତି ହିନ୍ଦୁତ୍ୱ ନେତା ଭାବରେ ରହିଛି। ତେବେ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଶେଷ କିଛି କମାଲ କରିପାରିନଥିଲା। ଯଦି ରାଜ ଠାକରେ ଏନଡିଏରେ ଯୋଗ ଦିଅନ୍ତି ତେବେ ମହାରାଷ୍ଟ୍ରରେ ଏନଡିଏର ଅଧିକ ପ୍ରଭାବ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ସମ୍ପ୍ରତି ଏନଡିଏରେ ଏକନାଥ ସିନ୍ଦେ, ବିଜେପି ଏବଂ ଅଜିତ ପାୱାର ଥିବାବେଳେ ରାଜ ଠାକରେ ହେଉଛନ୍ତି ଉଦ୍ଧବ ଠାକରେଙ୍କ ସମ୍ପର୍କୀୟ। ରାଜ ଠାକରେ, ଉଦ୍ଧବ ଠାକରେଙ୍କ ପିତା ବାଲ ଠାକରେଙ୍କୁ ତାଙ୍କ ଆଦର୍ଶ ଭାବରେ ବିବେଚନା କରନ୍ତି।