December 6, 2025 1:16 pm

ଦାସ କାଠିଆ ରେ ମନ ମୋହିଲେ ହାସ୍ୟ ଯୋଗ କେନ୍ଦ୍ର ର କଳାକାର

ବ୍ରହ୍ମପୁର: ଓଡିଶା ରେ ବିଭିନ୍ନ ଲୋକକଳା ଥିବା ବେଳେ ଦାସ କାଠିଆ  ତାମଧ୍ୟ ରୁ ଅନ୍ୟତମ । ଲୋକକଳା ଦାସକାଠିଆର  ଚାହିଦା ଆଜି ମଧ୍ୟ ରହିଛି।ସ୍ଥାନୀୟ ହାସ୍ୟଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବରେ ଉକ୍ତ କେନ୍ଦ୍ରର ସଦସ୍ୟା ବିଷ୍ଣୁପ୍ରିୟା ମହାପାତ୍ର ପାଲା ଗାୟନ କରି ବେଶ ପ୍ରଶଂସା ପାଇଥିଲେ।

ପାଳିଆ ଭାବେ ଅନଙ୍ଗ ମଞ୍ଜରୀ ପଣ୍ଡା ତାଙ୍କୁ ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ ଉପସଭାନେତ୍ରୀ ମନୋରମା ଦେବୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଆରତୀ ଦେବୀ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଡଃ ଉଷା ରଥ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବୀକା ଶିବାନୀ ଦାସ ଯୋଗ ଦେଇଥିଲେ।ସମ୍ପାଦିକା ରଜନୀପ୍ରଭା ରାଜଗୁରୁ ସମ୍ପାଦକୀୟ ପାଠ କରିଥିଲେ।ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।