ମଣିପୁର : ମଣିପୁରର ରାଜଧାନୀ ଇମ୍ଫାଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଆସାମ ରାଇଫଲ୍ସର ଏକ ଟ୍ରକ୍ ଉପରକୁ କିଛି ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିବାରୁ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇମ୍ଫାଲ ବିମାନବନ୍ଦରଠାରୁ ୮ କିଲୋମିଟର ଦୂରରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳଟି ଇମ୍ଫାଲ ଓ ଚୁରାଚାନ୍ଦପୁର ମଝିରେ। ଆସାମ ରାଇଫଲ୍ସର ୩୩ ଜଣ ଯବାନ ଟ୍ରକ୍ ଯୋଗେ ଇମ୍ଫାଲରୁ ବିଷ୍ଣୁପୁର ଅଭିମୁଖେ ଯାଉଥିବା ବେଳେ କିଛି ବନ୍ଧୁକଧାରୀ ଅତର୍କିତ ଗୁଳିମାଡ଼ କରିଥିଲେ। ୬ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତରେ ଆସିଥିବା ବେଳେ ଏହି ରାସ୍ତାରେ ଯାଇଥିବା ସୂଚନା ମିଳିଛି। ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଓ ଗଭୀର ଶୋକ ପ୍ରକାଶ କରିଛନ୍ତି।
Post Views: 44









