June 26, 2025 2:43 pm

ବ୍ରହ୍ମପୁର ବ୍ରେଲ ପ୍ରେସ୍ ମ୍ୟାନେଜର ସମ୍ମାନୀତ

ଶାନ୍ତନୁ କୁମାର ରଣା 

ବ୍ରହ୍ମପୁର: ପଞ୍ଚାୟତ ରାଜ ତାଲିମ୍ ଭବନର ଲୁଇବ୍ରେଲ୍‌ଙ୍କ ୧୧୫ତମ ଜୟନ୍ତୀ ତଥା ବିଶ୍ୱ ବ୍ରେଲ୍ ଦିବସ ପାଳିତ ହୋଇଛି । ଏହି ଅବସରରେ ୧୯୮୬ ମସିହାରୁ ବ୍ରହ୍ମପୁର ସହରରେ ପ୍ରତିଷ୍ଠିତ ଏକମାତ୍ର ବ୍ରେଲ୍ ପ୍ରେସ୍‌ର ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ଓଡ଼ିଶାର ୩୨ଟି ଦୃଷ୍ଟିହୀନ ବିଦ୍ୟାଳୟକୁ ବ୍ରେଲ୍ ପୁସ୍ତକ ପ୍ରଦାନ କରିବାରେ ବ୍ରହ୍ମପୁର ବ୍ରେଲ୍ ପ୍ରେସ୍‌ର ଅବଦାନ ରହିଛି । କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, କୋର୍ସ ସଂଯୋଜକ ଅଞ୍ଜଳି ଦାସ, ପ୍ରଶିକ୍ଷକ ପ୍ରେମାନନ୍ଦ ମିଶ୍ର, ଅଧ୍ୟାପକ ମୂରଲୀଧର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।