ମାଲକାନଗିରି: ହିଂସାର ୮ ଦିନ ପରେ ଏମ୍ଭି-୨୬ ରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ଗତ ସୋମବାର ସନ୍ଧ୍ୟା ୬ଟାରୁ କଟକଣା ଲାଗୁ ହୋଇଥିଲା। ପର୍ଯ୍ୟାୟ କ୍ରମେ କଟକଣା ୬ଥର ବୃଦ୍ଧି ହୋଇଥିଲା। ଆଜି ଦିନ ୧୨ଟା ଯାଏଁ କଟକଣା ଥିଲା। ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ହିଂସା ଦେଖାଦେଇଥିଲା। ଏମଭି ୨୬ ହିଂସାକାଣ୍ଡ ଓ ଜଳାପୋଡା ଘଟଣାରେ ଆଜି ଆଉ ୯ ଜଣଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୁଲିସ୍ । ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଗିରଫ ହୋଇସାରିଲେଣି । ହିଂସା ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ପୁଲିସ୍ ଖୋଜୁଛି । ଏମଭି ୨୬ ଓ ରାଖାଲଗୁଡା ଗାଁ ରୁ ବିଏନ୍ଏସ୍ ର ଧାରା ୧୬୩ ଉଚ୍ଛେଦ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଥିବା ବେଳେ ଥଇଥାନ କାର୍ଯ୍ୟ ଜାରି ରହିଛି ।
Post Views: 45









