June 26, 2025 3:34 pm

ମା କାଳୁଆ ମନ୍ଦିର ଉନ୍ନୟନ କମିଟିର ବୈଠକ ଅନୁଷ୍ଟିତ

Kalua Mandir Committe

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ମହାନଗର ଅନ୍ତର୍ଗତ ୨୩ ନମ୍ବର ୱାର୍ଡ଼ରେ ଥିବା ବଡ଼ ଖେମୁଣ୍ଡି ସାହିର ମାଁ କାଳୁଆ ମନ୍ଦିର ଉନ୍ନୟନ କମିଟିର ପ୍ରଥମ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିର ପାଖାପାଖି ୧୦୦ରୁ ଅଧିକ ଲୋକ ମିଶି କମିଟି ପୁନର୍ଗଠନ କରିବା ସହ ଏହାର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ । ୧୩୦ ବର୍ଷର ଏହି ପ୍ରସିଦ୍ଧ ମନ୍ଦିରକୁ କିପରି ଲୋକଲୋଚନକୁ ଅଣାଯିବ ଓ ଏହାର ଉନ୍ନୟନ କିପରି କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏଥିରେ ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରବି ତନ୍ତି ଧବଳେଶ୍ୱର ଭଞ୍ଜ, ସୁକାନ୍ତ ଦଳେଇ, ଗୌରାଙ୍ଗ ପଣ୍ଡା, ରାମନାଥ ତନ୍ତି, ପ୍ରଦୀପ ମିଶ୍ର, ରବି ବେହେରା, ଲକ୍ଷ୍ମଣ ରାଓ, କାଳୁ ଚୌଧୁରୀ, ରଜନୀ ପାଢ଼ୀ ପ୍ରମୁଖ ଉପସ୍ଥିତଥିଲେ ।