ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ନିକଟସ୍ଥ ସୁକ ଶାରୀ ମନ୍ଦିର ତଳୁ ବାହାରିଲା ମଧ୍ୟଯୁଗୀୟ ମନ୍ଦିରର ଭଗ୍ନାବଶେଷ l ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ବନ୍ଦ ପଡିଥିବା ଏହି ମନ୍ଦିରର ଖନନ କାର୍ଯ୍ୟ ଏବେ ପୁନର୍ବାର ଆରମ୍ଭ ହୋଇଛି । ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ASI।2021 ଅକ୍ଟୋବର ମାସରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ପକ୍ଷରୁ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ଏହା ଏକ ମନ୍ଦିରର ବେସ ବା ଆଧାର ବୋଲି କୁହାଯାଉଥିଲା । ଏବେ ପୁଣି ଏହାର ଖନନ କାମ ଆରମ୍ଭ ହୋଇଥିବାବେଳେ ଏଥିରୁ ବହୁ ପୁରାତନ ଦେବୀ ଅଷ୍ଟଭୂଜାଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି । ଖନନ ସମୟରେ ଅନ୍ୟାନ୍ୟ କଳାକୃତି ସହ ଭଗବାନ ବିଷ୍ଣୁ, ଦେବୀ ଗଜଲକ୍ଷ୍ମୀ ଏବଂ ନରସିଂହଙ୍କ ମୂର୍ତ୍ତି ସହିତ ମାଟି ସାମଗ୍ରୀ ଏବଂ ଶିଳାଲେଖ ଉଦ୍ଧାର କରାଯାଇଛି। ତେବେ ଶୈବ ପୀଠ ପୁରୁଣା ଭୁବନେଶ୍ୱରରୁ ଶକ୍ତି ପୀଠ ଉଦ୍ଧାର ହେବା ଏକ ବିରଳ ଘଟଣା ବୋଲି କୁହାଯାଉଛି ।ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ ASI ପ୍ରତ୍ନତାତ୍ତ୍ୱିକ ଅଧିକ୍ଷକ ଡ଼ ନନ୍ଦ କିଶୋର ସ୍ୱାଇଁ। ଏହି ଖନନ କାର୍ଯ୍ୟରେ ପ୍ରାୟ ୩୦ଜଣ ଶ୍ରମିକ ନିୟୋଜିତ ଅଛନ୍ତି।









