ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଜମି ଜବରଦଖଲ ସମସ୍ୟା । ଏହା ଉପରେ ରୋକ ଲଗାଇବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ଏକ କଡ଼ା ଚେତାବନୀ ଦେଇଛନ୍ତି l ସେ କହିଛନ୍ତି ସମୟ ପୂର୍ବରୁ ଜମି ନଫେରାଇଲେ ଭରଣା କରିବାକୁ ପଡ଼ିବ ଉଚ୍ଛେଦ ଖର୍ଚ୍ଚ । ଜବରଦଖଲ କରାଯାଇଥିବା ଜମିର ଏକ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ୩୨୦ ତହସିଲରୁ ବିବରଣୀ ସଂଗ୍ରହ କରାଯିବ । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ପାଇବେ ୪ ଡିସିମିଲ୍ । ଆଗକୁ ରାଜସ୍ୱ ନିୟମାବଳୀରେ ବାଧା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
Post Views: 6









