କୁଜଙ୍ଗ: ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁର ଓମ ପ୍ରକାଶ ଦ୍ବିବେଦୀ। ଓମ ପ୍ରକାଶ କୁଜଙ୍ଗ ବିବି ହାଇସ୍କୁଲର ଜଣେ ମେଧାବୀ ଛାତ୍ର ଥିଲେ । ସେ କଜଙ୍ଗ ସମାଗୋଳରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ। ସୂଚନା ଅନୁଯାୟୀ, ସକାଳେ କୁଜଙ୍ଗ ସ୍ଥିତ ଏକ କୋଚିଂ ସେଣ୍ଟରରେ ପତାକା ଉତ୍ତୋଳନ କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ପତାକା ଖୋଲିବା ସମୟରେ ଘଟିଥିଲା ଏହି ଅଘଟଣ। କୋଚିଂ ସେଣ୍ଟର ଉପର ଦେଇ ୧୧ କେଭି ବିଦ୍ୟୁତ ଲାଇନ ଯାଇଥିବା ବେଳେ, ପତାକା ଖୋଲୁଥିବା ସମୟରେ ଓମ ପ୍ରକାଶ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ଦେଖାଯାଇଥିଲା। ଘଟଣାକୁ ନେଇ କୁଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି। କୋଚିଂ ସେଣ୍ଟର ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।
Post Views: 27









