February 26, 2026 5:12 pm

କୋରାପୁଟ ବିଧାୟକଙ୍କ ପିଏସଓ ନିଲମ୍ବିତ

ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ଶନିବାର ଘଟିଥିବା ଫାଙ୍କା ଗୁଳିକାଣ୍ଡ ଘଟଣାରେ କୋରାପୁଟ ବିଧାୟକଙ୍କ ପିଏସଓ ନିଲମ୍ବିତ ହୋଇଛନ୍ତି। କୋରାପୁଟ ଏସପି ପିଏସଓ ଡମ୍ବରୁ ହନ୍ତାଳଙ୍କୁ ନିଲମ୍ବିତ କରିଛନ୍ତି।

ଅନୁଯାଇ, ଶନିବାର କୋମନାର ଏକ ହୋଟେଲରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଯାହାଫଳରେ ପିଏସଓ ହନ୍ତାଳ ଫାଙ୍କା ଗୁଳିଚାଳନା କରିଥିଲେ। ନିର୍ବାଚନୀ ପ୍ରଚାର ଚାଲିଥିବା ସମୟରେ ଏଭଳି ଗୁଳିକାଣ୍ଡକୁ ବିଜେଡି ରାଜନୈତିକ ରୂପ ଦେବା ସହିତ ବିଜେପି ନିର୍ବାଚନ ଜିତିବାକୁ ଗୁଳି ଫୁଟାଉଛି ବୋଲି ଅଭିଯୋଗ ମଧ୍ୟ କରିଥିଲା। ଏହି ଘଟଣାରେ କୋରାପୁଟ ଏସପି ପିଏସଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହା ସହିତ ହନ୍ତାଳଙ୍କ ବନ୍ଧୁକ ଜବତ କରାଯାଇଛି।