April 12, 2026 2:01 am

ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ ଓରାମ

ଭୁବନେଶ୍ୱର: ୩ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ବିଷୟରେ ଆଲୋଚନା କରିଛନ୍ତି। ଜମି ଅଧିଗ୍ରହଣ କେତେ ଦୂର ଆଗେଇଛି ତାର ସମୀକ୍ଷା କରିଛନ୍ତି। ସେହିପରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହା ସହ ୨୧ ତାରିଖରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଛି। ଅନ୍ୟପଟେ ଉଚ୍ଚ ଶିକ୍ଷାରେ ଏସସି ଏସଟି ଏବଂ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଇଁ ଜୁଏଲ ଓରାମ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।