December 6, 2025 11:22 am

ବିଜେପିରେ ଯୋଗଦେଲେ ଜୟ ଢୋଲକିଆ

ଭୁବନେଶ୍ୱର: ବଦଳିଗଲା ନୂଆପଡ଼ା ଆସନ ସମୀକରଣ। ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିଛି ପ୍ରଥମ ଝଟକା । ଶେଷରେ ଆଜି ପୂର୍ବତନ ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶତାଧିକ ସମର୍ଥକଙ୍କ ସହିତ ବଡ଼ ଶୋଭାଯାତ୍ରାରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଭାପତି ମନମୋହନ ସାମଲଙ୍କ ବହୁ ତୁଙ୍ଗ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ଯୋଗଦେଇଛନ୍ତି । ଜୟ ଢୋଲକିଆରେ ବିଜେଡ଼ିରୁ ଉପନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି ଜୟ । ଦୁଲୁକିଥିଲା ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଓ ନୂଆପଡ଼ା ରାସ୍ତା । ସେପଟେ ନୂଆପଡ଼ାରେ ମଧ୍ୟ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ଅପରାହ୍ନ ସାଢ଼େ ୩ଟା ବେଳକୁ bjepi କାର୍ଯ୍ୟାଳୟରେ ପହଁଚିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତରୀୟ ପିନ୍ଧାଇଥିବାବେଳେ ଏବଂ ମନମୋହନ ସାମଲଙ୍କ ଅନୁରୋଧରେ କନକ ବର୍ଦ୍ଧନ ସିଂହ ଦେଓ ଦଳୀୟ ଟୋପି ପିନ୍ଧାଇ ଜୟଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।