February 27, 2026 1:58 am

ମହୋଦଧିରେ ଭାସିଆସିଲେ ମହାପ୍ରଭୁ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମୁଦ୍ର ବେଳାଭୂମିକୁ ଭାସି ଆସିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର ହୋଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମହାପ୍ରଭୁଙ୍କ ଏକ ବିଗ୍ରହ ସମୁଦ୍ରରେ ଭାସୁଥିବା ବେଳେ କିଛି ଯୁବକ ଉଦ୍ଧାର କରି ଏହାକୁ କୂଳକୁ ଆଣିଛନ୍ତି। ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି ପର୍ଯ୍ୟଟକ ମାନେ ସେଲଫି ନେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି କି କିଏ ଶ୍ରୀବିଗ୍ରହଙ୍କୁ ଏମିତି ସମୁଦ୍ରରେ ବିସର୍ଜନ କଲା? ଦାରୁ ବ୍ରହ୍ମଙ୍କୁ ପାଣିରେ କାହିଁକି ଛାଡ଼ିଲା? ଯଦି, ସମୁଦ୍ରରୁ ଉଦ୍ଧାର ହେଲା ତେବେ ତାଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଭାବେ କାହିଁକି ନିଆଗଲାନି।