February 26, 2026 3:43 am

ବନ୍ୟା-ବାତ୍ୟା ହେଲେ ବି ଆଉ କଟିବନି ନେଟୱର୍କ: ISRO

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO ) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। କାରଣ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା । ଆଗାମୀ ଦିନରେ ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡ଼ିବନି ଟାୱାର । ଏପରିକି ବନ୍ୟା, ଭୂମିକମ୍ପ କିମ୍ବା ଝଡ଼ ହେଲେ ବି କଟିବନି ନେଟଓ୍ବାର୍କ । ଅପହଞ୍ଚ ଇଲାକାରେ ପହଞ୍ଚିବ ନେଟୱର୍କ ।
ସୂଚନାଥାଉ କି, ଶ୍ରୀହରିକୋଟାରୁ ସକାଳ ୮ଟା ୫୫ମିନିଟରେ ସଫଳ ଉତକ୍ଷେପଣ ହୋଇଛି ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍‌ । ଏହି ଉତକ୍ଷେପଣ ଫଳରେ ମୋବାଇଲ୍‌ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ମୋବାଇଲ୍‌ ନେଟୱର୍କ ପାଇଁ ଦରକାର ପଡିବନି ଟାୱାର । ବ୍ଲୁବାର୍ଡ ବ୍ଲକ-୨ ସାଟେଲାଇଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହା ମୋବାଇଲ ଟାୱାର କିମ୍ବା ଅତିରିକ୍ତ ଆଣ୍ଟେନାର ଆବଶ୍ୟକତା ବିନା ସ୍ମାର୍ଟଫୋନକୁ ସିଧାସଳଖ ୪ଏ ଏବଂ ୫ଏ ନେଟୱାର୍କ ପ୍ରଦାନ କରିବ। ଏହି ପ୍ରଯୁକ୍ତିବିଦ୍ୟା ହିମାଳୟ, ମରୁଭୂମି, ସମୁଦ୍ର ଏବଂ ବିମାନ ଭଳି ସ୍ଥାନରେ ମଧ୍ୟ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବାରେ ସକ୍ଷମ।ବନ୍ୟା, ଭୂମିକମ୍ପ କିମ୍ବା ଝଡ଼ ଭଳି ବିପର୍ୟ୍ୟୟରେ, ଯେତେବେଳେ ଗ୍ରାଉଣ୍ଡ ନେଟୱାର୍କ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ, ଏହି ଉପଗ୍ରହ ଯୋଗାଯୋଗକୁ ଜୀବନ୍ତ ରଖିବ। ଏହି ନେଟୱାର୍କ ଜରୁରୀକାଳୀନ ପରିସ୍ଥିତିରେ ଜୀବନରେଖା ପ୍ରମାଣିତ ହୋଇପାରେ।ଏହି ମିଶନ ଆମେରିକୀୟ କମ୍ପାନୀ ଇଝଞ ସ୍ପେସ ମୋବାଇଲ ସହିତ ଏକ ବାଣିଜି୍ୟକ ଚୁକ୍ତିନାମାର ଅଂଶ। ଇଝଞ ସ୍ପେସ ମୋବାଇଲ ଦାବି କରିଛି ଯେ, ଏହି ସାଟେଲାଇଟ ନେଟୱାର୍କ ପ୍ରାୟ ୬ ବିଲିୟନ ମୋବାଇଲ ବ୍ୟବହାରକାରୀଙ୍କୁ ସିଧାସଳଖ ଲାଭ ଦେବ। ଇସ୍ରୋର ବ୍ଲୁ ବର୍ଡ-୨ ସାଟେଲାଇଟ୍‌କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।