ପୁରୀ:ବାରମ୍ବାର ବାରଣ ସତ୍ତ୍ବେ ମାନୁନି ଇସ୍କନ । ଗତ ୭ ତାରିଖରେ ଋଷିକେଶରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିବାଦ ଘନେଇଛି । ବିନା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନକୁ ପୂର୍ବରୁ ମଧ୍ୟ ବିରୋଧ କରାଯାଉଥିବା ବେଳେ ଏହାକୁ ଅଣଦେଖା କରି ଇସ୍କନ ରଥଯାତ୍ରା ପାଳନ କରିବାକୁ ବିଭିନ୍ନ ମହଲରେ ଘୋର ବିରୋଧ କରାଯାଇଛି ।ଅଦିନିଆ ଶ୍ରୀମନ୍ଦିର ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଇସ୍କନ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ଏକ ଚାରି ଚକିଆ ଯାନରେ ଯେଭଳି ମହାପ୍ରଭୁଙ୍କ ପ୍ରତିମା ରଖି ଇସ୍କନ ଅଦିନିଆ ରଥ ଯାତ୍ରା କରିଛି ତାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ ବୋଲି ଶ୍ରୀମନ୍ଦିର ସେବାୟତ ଓ ଭକ୍ତ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଇସ୍କନକୁ କଡା ବିରୋଧ କରାଯିବ ବୋଲି ସେବାୟତ ଓ ଭକ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
Post Views: 55









