February 26, 2026 2:24 am

ବର୍ତମାନ ପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା:ଇରାନ

ଇରାନ: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନୀ ନିକଟରେ ସ୍ବୀକାର କରିଛନ୍ତି, ଗତ ଦୁଇ ସପ୍ତାହ ହେବ ଜାରି ବିରୋଧ ପ୍ରଦର୍ଶନରେ ହଜାର ହଜାର ଇରାନ ନାଗରିକ ନିହତ ହୋଇଛନ୍ତି। ଖାମେନୀ ଏହି ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ସିଧାସଳଖ ଭାବରେ ଦାୟୀ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ଖୋଲାଖୋଲି ଭାବରେ ପ୍ରଦର୍ଶନକାରୀଙ୍କୁ ଉସକାଇବା ସହ ତାଙ୍କୁ ଆମେରିକାର ସାମରିକ ସମର୍ଥନ ଦେବାର ପ୍ରତିଶ୍ରୁତି ଦେଇଥିଲେ ଯାହା ଫଳରେ ପରିସ୍ଥିତି ଅଧିକ ଉଗ୍ର ରୂପ ଧାରଣ କରିଥିଲା l କିନ୍ତୁଏକ ନୂଆ ରିପୋର୍ଟରେ ଦାବି କରାଯାଉଛି ଯେ, ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନରେ ଅତି କମ୍‌ରେ ୧୬,୫୦୦ ପ୍ରଦର୍ଶନକାରୀ ନିହତ ହୋଇଥିବା ବେଳେ ୩ ଲକ୍ଷ ୩୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ଅଧିକାଂଶ ପୀଡିତ ୩୦ ବର୍ଷରୁ ଅତି କମ୍ ବୟସର ଯୁବପୀଢି ଅଛନ୍ତି। ଏହି ରିପୋର୍ଟ ତୃଣମୂଳ ସ୍ତରରେ ନିଯୁକ୍ତ ଡାକ୍ତରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରସ୍ତୁତ କରାଯାଇଛି।