December 6, 2025 12:28 pm

ସ୍ଵାଧୀନତା ଦିବସରେ ମିଳିବ ୧୦୯୦ପଦକ, ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରର ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦୯୦ ଜଣ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ । ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଏଏସପି ରବୀନ୍ଦ୍ର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ୯ ଜଣଙ୍କୁ ସାହସିକତା ପଦକ ଏସ୍‌ଆଇ ଅମରେଶ ନରେନ୍ଦ୍ର, କନଷ୍ଟେବଳ ଜିତେନ୍ଦ୍ର ନାୟକଙ୍କୁ ମିଳିବ ସାହସିକତା ପଦକ । ଓଏପିଏଫ୍ ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗ, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ପଦକ ମିଳିବ । ସେହିପରି ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ । ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ମୋଟ ୨୩୩ ଜଣ କର୍ମଚାରୀଙ୍କୁ ବୀରତା ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ୨୨୬ ଜଣ ପୋଲିସ, ୬ ଜଣ ଅଗ୍ନିଶମ ବାହିନୀ ଏବଂ ଜଣେ ଗୃହରକ୍ଷୀ ଏବଂ ଜଣେ ନାଗରିକ ପ୍ରତିରକ୍ଷା କର୍ମଚାରୀ ରହିଛନ୍ତି ।