February 26, 2026 12:13 am

ନ୍ୟୁଜିଲାଣ୍ଡକୁ ପ୍ରଥମ ଦିନିକିଆରେ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୦୧ ରନ୍‌ର ଟାର୍ଗେଟକୁ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି।ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୦୦ ରନ୍ କରିଥିଲା। ଜବାବରେ ଭାରତ ୬ ୱିକେଟ୍‌ ହରାଇ ଲକ୍ଷ୍ୟକୁ ପିଛା କରିଥିଲା। ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୯୩ ରନ୍‌ର ଏକ ମୂଲ୍ୟବାନ ଇନିଂସ ଖେଳିଥିଲେ। ସେ ଶତକରୁ ବଞ୍ଚିତ ହୋଇଥିଲେ ଏବଂ ତାଙ୍କ ଆଉଟ୍ ହେବା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଭାରତ ୭ ବଲ୍‌ରେ ୩ ୱିକେଟ୍‌ ହରାଇଥିଲା। ଏହା ପରେ କେଏଲ୍ ରାହୁଲ ଏବଂ ହର୍ଷିତ ରାଣା ଏକ ଗୁରୁତ୍ୱପୂର୍ଣ୍ଣ ୩୭ ରନ୍‌ର ଭାଗୀଦାରି ଗଠନ କରିଥିଲେ। ହର୍ଷିତ ୨୯ ରନ୍‌ରେ ଆଉଟ୍ ହୋଇଥିଲେ, କିନ୍ତୁ ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ।ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି l