December 6, 2025 9:15 am

ହସ୍ପିଟାଲରେ ନିଆଁ ଲାଗି ଯିବାରୁ ୬ଜଣ ରୋଗୀଙ୍କ ମୁର୍ତ୍ୟୁ

ରାଜସ୍ଥାନ: ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ । ନିଆଁ ଲାଗିଯିବାରୁ ଚାଲିଯାଇଛି ୬ଜଣ ରୋଗୀଙ୍କ ଜୀବନ ।ରବିବାର ବିଳମ୍ବିତ ରାତିରେ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଶୀଘ୍ର ବ୍ୟାପି ଯାଇଥିଲା , ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ । ନିଆଁର ପ୍ରକୋପ ଦେଖି, ୱାର୍ଡ ବାହାରେ ଥିବା ହସ୍ପିଟାଲ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟମାନେ ତୁରନ୍ତ କାର୍ଯ୍ୟରେ ଲାଗି ପଡ଼ି ରୋଗୀମାନଙ୍କୁ ସେମାନଙ୍କ ବେଡ୍ ସହିତ ବାହାର କରିଥିଲେ । ଘଟଣା ପରେ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l