June 26, 2025 8:28 pm

ଜିଲ୍ଳାପାଳ , ଗଞ୍ଜାମର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶର୍ବଣ ବିବେକ୍ ଏମ୍‌, ବ୍ରହ୍ମପୁର କମିଶନର ଜେ. ସୋନାଲ୍‌, ବ୍ରହ୍ମପୁର ଉପଜିଲ୍ଳାପାଳ ଆଶୁତୋଷ କୁଲ୍‌କର୍ଣ୍ଣି ଯୋଗଦାନ କରି ଅଭିଯୋଗ ଶୁଣାଣି କରିଥିଲେ ।

 ମୋଟ ୪୬ଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୪୧ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା  ବେଳେ ୫ ଗୋଟି ଗ୍ରାମବାସୀ ମାନଙ୍କର ସାମୁହୀକ ଅଭିଯୋଗ ଥିଲା ଓ ୩ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ପରିଡ଼ା ରେଡ୍‌କ୍ରସ୍ ଫଣ୍ଡରୁ ୨ ଜଣଙ୍କୁ ୨୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶିବିରରେ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲଦାର, ବିଡ଼ିଓ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡ଼ିକୁ ପାଇଲା ପରେ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।