February 26, 2026 11:20 am

ଗ୍ରୀନ୍‌ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡି ଚଢ଼ାଉ

ବ୍ରହ୍ମପୁର: ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ବ୍ରହ୍ମପୁରର ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ରେଡ୍ କରିଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି ଠକେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ମାମଲାର ତଦନ୍ତ ସିବିଆଇ କରିଥିଲା।
ସୂଚନା ଥାଉକି, କିଛି ବର୍ଷ ତଳେ ଅନେକ ଲୋକଙ୍କ ଠାରୁ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା । ଯାହାର ଆକଳନ ପ୍ରାୟ ୫୦୦ କୋଟି ହେବ ବୋଲି ଅଭିଯୋଗ ହୋଇଥିଲା । ଏପିରିକି ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚ ମଧ୍ୟ ମାମଲାର ତଦନ୍ତ କରୁଥିଲା । ଆଜି ଗ୍ରୀନ୍‌ ଇଣ୍ଡିଆ ଚିଟ୍‌ ଫଣ୍ଡ ସଂସ୍ଥାର କର୍ତ୍ତୃପକ୍ଷ ପ୍ରଦୀପ ସିଂହଙ୍କ ବ୍ରହ୍ମପୁର ସ୍ଥିତ ଅଯୋଧ୍ୟା ନଗର ଠାରେ ଥିବା ଏକ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଯୋଧ୍ୟା ନଗର ବ୍ୟତୀତ ଆଉ କିଛି ସ୍ଥାନରେ ମଧ୍ୟ ଚଢାଉ ହୋଇଛି ବୋଲି ଖବର ମିଳିଛି ।