ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋସିଆଲ ମିଡିଆ ରେ ଏକ ଖବର ଭାଇରାଲ ହୋଇଛି ଯେ ଗୁଗୁଲ୍ ତାର ୨.୫ ବିଲିୟନ ଜିମେଲ୍ ବ୍ୟବହାରକାରୀଙ୍କୁ ଏକ ଜରୁରୀକାଳୀନ ଚେତାବନୀ ପଠାଇଛି । ଯାହାକୁ ନେଇ ଜିମେଲ୍ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ିଯାଇଛି । ମାତ୍ର ଗୁଗୁଲ ଏହାକୁ ଖଣ୍ଡନ କରିଛି । ଗୁଗୁଲ ଏପରି କୌଣସି ମେସେଜ୍ ପଠାଇ ନାହିଁ ବୋଲି ସ୍ପଷ୍ଟ କରିଛି । ଏହି ଖବର କେବଳ ଏକ ମିଥ୍ୟା ରିପୋର୍ଟ ଏବଂ ଗୁଜବ ଥିଲା । ଗୁଗୁଲ କହିଛି ଆମ ପକ୍ଷରୁ ଏପରି କୌଣସି ସତର୍କ ସୂଚନା ପଠାଯାଇ ନାହିଁ ।” ଏହି ଖବର କେବଳ ଏକ ମିଥ୍ୟା ରିପୋର୍ଟ ଏବଂ ଗୁଜବ ଥିଲା, ଯାହାକୁ ସୋସିଆଲ ମିଡିଆରେ ସେୟାର କରି ଭୁଲ ଭାବରେ ପ୍ରସାରିତ କରାଯାଇଥିଲା । ଗୁଗୁଲ୍ ଆହୁରି କହିଛି ଯେ ସେମାନଙ୍କର ନେଟୱାର୍କ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ କୌଣସି ପ୍ରକାରର ବଡ଼ ବିପଦ ନାହିଁ ।
Post Views: 54









