February 26, 2026 7:41 am

ଲିଫ୍ଟ ଦେବା ନାଁରେ ଅପହରଣ,ଅଭିଯୁକ୍ତଙ୍କୁ ଗିରଫ

କଟକ: ଲିଫ୍ଟ ଦେବାକୁ କହି ଅପହରଣ କରିବା ଅଭିଯୋଗରେ କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ୍ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର ମହିଳା ଥାନା ପୁଲିସ। ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଲିଫ୍ଟ ଦେବାକୁ କହି ଅପହରଣ କରିଥିଲେ ଯୁବକ। ଖବର ଅନୁସାରେ ହ୍ରିତିକ୍ ନାମକ ଯୁବକ ଉକ୍ତ ଛାତ୍ରୀଙ୍କ ସହ ପରିଚିତ ଥିବା ବେଳେ ତାଙ୍କୁ କଲେଜରୁ ନେଇ ଘରେ ଛାଡିଦେବ ବୋଲି କହିଥିଲା। ଛାତ୍ରୀଙ୍କୁ ନିଜ ଘରେ ଛାଡିବା ପରିବର୍ତ୍ତେ ହିତ୍ରିକ୍ ଜୋର ଜବରଦସ୍ତ ନିଜ ଘରକୁ ନେଇଯାଇଥିଲା। ସେଠାରେ ଛାତ୍ରୀଙ୍କୁ ଜୋର ଜବରଦସ୍ତ ରଖିବା ସହ ବିବାହ ପାଇଁ କହିଥିଲା। ହେଲେ ସୁଯୋଗ ଦେଖି ଛାତ୍ରୀ ଜଣକ ସେଠାରୁ ଖସି ଆସି ଘଟଣ ସମ୍ପର୍କରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ହିତ୍ରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।