June 26, 2025 10:20 am

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ମନ୍ଦିର ପରିସରରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡା,ଗଞ୍ଜାମ, ପକ୍ଷରୁ  ରବିବାର ଦିନ ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହଁ ହେଇଯାଇଛି । 

ଶ୍ରୀ କୃତ୍ତିବାସ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ  ଶତାଧିକ କବି, କବି, କବୟିତ୍ରୀ, ପ୍ରାବନ୍ଧିକ ଓ ଗାଳ୍ପିକ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ଉଦଘାଟକ ଭାବେ ଦକ୍ଷିଣ ଓଡିଶା ଇତିହାସ ସମାଜର ସଭାପତି ଏବଂ ବ୍ୟଙ୍ଗ କବି ଶ୍ରୀ ମଦନ ମୋହନ ମହାପାତ୍ର, ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକ ଏବଂ ଓଡିଶା ସାହିତ୍ୟ ଏକାକାଡେମୀ ସଦସ୍ୟ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସମ୍ମାନିତ ଆତିଥିଭାବେ  ସୁସାହିତିକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ବରିଷ୍ଠ କବି, ନାଟ୍ୟ ନିର୍ଦେଶକ ପୋଲସରା ନୁଣିଘାଟି ଗ୍ରାମର ଶ୍ରୀ ପ୍ରଶାନ୍ତ ନନ୍ଦ ଏବଂ ମୁଖ୍ୟ ବକ୍ତା ଭାବେ ଗଣଶିକ୍ଷା ବିଭାଗ, ଆଞ୍ଚଳିକ ନିର୍ଦେଶକ ଶ୍ରୀ ସୁଶାନ୍ତ ଦାସ ଯୋଜଦେଇଥିଲେ ।  

 ଅବସରପ୍ରାପ୍ତ ଅଧାକ୍ଷ ତଥା ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ସାଧାରଣ ସମ୍ପାଦକ ଡ୍.ଶ୍ୟାମା ପସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ କାର୍ଯ୍ୟକାରୀ ସଭାପତି  ଗୌରୀପତି ଦାଶ ଙ୍କ ମାର୍ଗଦର୍ଶନ ରେ ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ, ମେଜର ରମାରମଣ ପାଢ଼ୀ,  ସୁଶାନ୍ତ ଦାଶ ଏବଂ ଶ୍ରୀ ମିହିର ରଞ୍ଜନ ତ୍ରିପାଠୀଙ୍କୁ ବିକ୍ଷିପ୍ତା ସମ୍ମାନ ,  ପ୍ରମୋଦ କୁମାର ପଣ୍ଡା,  ବି.ସତ୍ୟମ ଆଚାରୀ,  ସୁଧୀର କୁମାର ପଣ୍ଡା ଏବଂ ବିଶ୍ୱ ମୋହନ ମିଶ୍ରଙ୍କୁ ବିକ୍ଷିପ୍ତା ପ୍ରଭା ସମ୍ମାନ ପ୍ରଦାନ କରାଯିବାସହ ବ୍ରହ୍ମପୁର ଏବଂ ରାକେଶ ଷଡଙ୍ଗୀଙ୍କ ସହିତ ଆଠ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଏତଦ ବ୍ୟତୀତ ସମ୍ମିଳନୀରେ ବୁଗୁଡା, ଫାସି, ଭୂତସରସିଙ୍ଗ,ଖଲ୍ଲିକୋଟ, ଛତ୍ରପୁର, ବ୍ରହ୍ମପୁର,  ଚିକିଟି, ଦିଗପହଣ୍ଡି ଅଞ୍ଚଳର  ୩୦ ଜଣ ସାହିତ୍ୟିକ ଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସଵ କୁ ଶ୍ରୀ ରାଇ ରଞ୍ଜନ ନନ୍ଦ ଏବଂ ଶ୍ରୀ ମାଧଵ ବାଡ଼ତ୍ୟା ପରିଚାଳନା କରିଥିଲେ ଏବଂ ଶ୍ରୀ ସୁପ୍ରଜିତ ସାହୁ, ଶ୍ରୀମତୀ ବନ୍ଦନା ପଣ୍ଡା, ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା, ଶ୍ରୀମତୀ ସୌଦାମିନୀ ମିଶ୍ର, ବନ୍ଦନା ମିଶ୍ର, ପଦ୍ମିନୀ ମିଶ୍ର ସଂଯୋଜନା କରିଥିଲେ । ଦୁଇଟି କକ୍ଷରେ ଅନୁଷ୍ଠିତ କବିତା    ପାଠୋତ୍ସଵରେ  ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ଶତାଧିକ ଅତିଥି କବି କବିତା ପାଠ କରିଥିଲେ ।  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ପରିଚାଳନା ରେ ଅବସରପାପ୍ତ ଅଧ୍ୟକ୍ଷ ଶ୍ରୀ ବି. ଗୋବିନ୍ଦ ରାଓ ଏବଂ ଅଧ୍ୟାପିକା ସୁଶ୍ରୀ ସୁଜାତା ସିଂ ସହଯୋଗ କରିଥିଲେ । କବିତା ପାଠୋତ୍ସଵ କାର୍ଯ୍ୟକ୍ରମରେ ଶ୍ରୀ ରବିନାରାୟଣ ମହାନ୍ତି, ଶ୍ରୀମତୀ ସୁଜାତା ଷଡ଼ଙ୍ଗୀ, ଶ୍ରୀ ପ୍ରସନ୍ନ କୁମାର ଦାଶ,ଶ୍ରୀ ଅରବିନ୍ଦ ପଣ୍ଡା, ଶ୍ରୀ ଦୀନବନ୍ଧୁ ଶ୍ରୀପଲ୍ଲବ,  ଶ୍ରୀମତୀ ରିତାରାଣୀ ମହାପାତ୍ର , ଶ୍ରୀ ବିଭୂତି ଭୂଷଣ ମହାପାତ୍ର, ଡ.ଲକ୍ଷ୍ମୀ ନାରାୟଣ  ଦାଶ, ଶ୍ରୀ ଲଳିତ ସ୍ବାଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।