December 6, 2025 12:50 pm

ଗଜପତିରେ ବର୍ଷା ବିତ୍ପାତ,ମହେନ୍ଦ୍ରଗିରିରେ ଫସି ରହିଥିବା 24 ପର୍ଯ୍ୟଟକ ଉଦ୍ଧାର

ଗଜପତି:ଗତକାଲିର ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ସଂପୂର୍ଣ୍ଣ ବେହାଲ ହୋଇପଡିଛି । ଗୁରୁବାର ସକାଳ 9ଟାରୁ ଅପରାହ୍ନ 2ଟା ମଧ୍ୟରେ ଜିଲ୍ଲାରେ 1375ମିମି ବର୍ଷା ରେକର୍ଡ କରାଯାଇଛି । ତେଣୁ ଏଭଳି ଅସ୍ବାଭାବିକ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଗଜପତି ଜିଲ୍ଲାର 4ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି । ଫଳରେ ରାସ୍ତାଘାଟ ସବୁଠି ମାଟି ଆଉ ମାଟି । ଭୂସ୍ଖଳନ ଯୋଗୁଁ ରାୟଗଡ ଠାରୁ ନୂଆଗଡ ଓ ରା.ଉଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ସହ ଆଉ କିଛି ସ୍ଥାନରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଦଶହରା ପାଇଁ ଗଜପତିର ମହେନ୍ଦ୍ରଗିରି ଅଞ୍ଚଳକୁ ବୁଲିବାକୁ ଆସିଥିବା 24 ପର୍ଯ୍ୟଟକ ଫସି ଯାଇଥିଲେ । ସେମାନଙ୍କୁ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି । ପର୍ଯ୍ୟଟକ ସମସ୍ତେ କଟକ ଓ ଭୁବନେଶ୍ବର ଅଞ୍ଚଳର । ଗତକାଲି ସେମାନେ ମହେନ୍ଦ୍ରଗିରି ଫସିଯାଇଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି ।