December 11, 2025 6:13 pm

ରାସ୍ତା କଡ଼ରୁ ମିଳିଲା ପୁଳା ପୁଳା ସରକାରୀ ଔଷଧ

ବାଲେଶ୍ୱର: ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାକଡ଼ରୁ ମିଳିଥିଲା ପୁଳା ପୁଳା ସରକାରୀ ମେଡିସିନ୍ । ରାସ୍ତାପାଖ ଅଳିଆ ଗଦାରେ ଅବଧି ସରିନଥିବା ଔଷଧ ପଡିଥିବା ଦେଖିବାକୁ ମିଳିଥିଲା ।ଗୋଟିଏ ମେଡ଼ିକାଲ ଅଫିସରଙ୍କ ଟିମ୍ ଘଟଣାସ୍ଥଳକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ । ଘଟଣାରେ ଯେଉଁ ସରକାରୀ ଅଧିକାରୀ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସିଡିଏମ୍‌ଓ । 

ସୂଚନା ମୁତାବକ, ଆଜି ସକାଳରେ ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିଲୋମିଟର ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ପୁଳା ବୈଧ ସରକାରୀ ଔଷଧ ପଡ଼ିଥିବାରୁ ଦେଖିବାକୁ ମିଳିଥିଲା । ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରପ ପଡ଼ିରହିଛି । ଏହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଥିବା ବେଳେ ବ୍ୟାଚ ନମ୍ବର ସିଏଚଏସ-୫୦୦୬୫ ରହିଛି । ଔଷଧ ଗୁଡିକର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି । ମେଡ଼ିକାଲରେ ରୋଗୀ ଔଷଧ ପାଉ ନଥିବାବେଳେ ଔଷଧ ମିଳିଛି ଅଳିଆ ଗଦାରୁ ।