ଭଦ୍ରକ: ଭଦ୍ରକ ସହରରେ ଏକ ଔଷଧ ଦୋକାନରୁ ମଦ ଜବତ କରାଯାଇଛି । ଔଷଧ ବଦଳରେ ଚାଲିଥିଲା ମଦ ବେପାର ।ସୂଚନା ମୁତାବକ, ଆଜି ଭଦ୍ରକ ସହରରେ ବାଇପାସ୍ ରୋଡରେ ଥିବା ଶ୍ରୀଗଣେଶ ନାମକ ଔଷଧ ଦୋକାନରେ ଜନ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଲାଇସେନ୍ସ ଯାଞ୍ଚ କରିବାକୁ ଆସିଥିଲା । ଲାଇସେନ୍ସ ଯାଞ୍ଚ ସମୟରେ ଏକ ବିଦେଶୀ ମଦ ବୋତଲ ଭର୍ତ୍ତି ପେଟି ମିଳିଥିଲା । ଏହା ପରେ ଟିମ୍ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲା । ପୋଲିସ ଉପସ୍ଥିତିରେ ଚଢ଼ଉ ହୋଇଥିଲା । ଏହା ପରେ ଦୋକାନ ଭିତରୁ ୩ଟି ମଦ ବୋତଲ ପେଟି ମିଳିଥିଲା । ଏହା ସହିତ ଦୋକାନ ଭିତର ବଖରାରେ ମଦ ବୋତଲ ମଧ୍ୟ ମିଳିଥିଲା ବୋଲି ସୂଚନା ଦେଇଛନ୍ତି ଡ୍ରଗ୍ସ ଇନସ୍ପେକ୍ଟର ଦୀପକ ଜେନା । ଯାଞ୍ଚରୁ ଜଣାପଡ଼ିଥିଲା ଯେ ଉକ୍ତ ଔଷଧ ଦୋକାନର ଲାଇସେନ୍ସ ୨୦୨୩ରୁ ଶେଷ ହୋଇଥିବାବେଳେ ତାହାକୁ ନବୀକରଣ କରାଯାଇନାହିଁ । ପ୍ରାୟ ୩ ବର୍ଷ ହେବ ବିନା ଲାଇସେନ୍ସ ଦୋକାନରେ ଔଷଧ ବିକ୍ରି ଜାରି ରହିଥିଲା । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Post Views: 3









