February 26, 2026 3:27 am

ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର: ଜଳିପୋଡ଼ି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। । ବିଏମସି ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଖବର ଅନୁଯାୟୀ, ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ଵର ୧ନଂ ହାଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରବାକୁ ଚେଷ୍ଟା କରିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ମାର୍କେଟ୍ ର ୫୦ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ୧୩ଟି ଅଗ୍ନିଶମ ଗାଡି ନିୟୋଜିତ ଥିଲେ। ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସୂଚନା ଥାଉକି, ଗତ ଅକ୍ଟୋବର ମାସରେ ଅଗ୍ନିକାଣ୍ଡ ଘଟି ଏକାଧିକ ଦୋକାନ ପୋଡ଼ି ଯାଇଥିଲା