February 26, 2026 12:13 am

ଚାଷୀ ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ କଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଚାଷୀ ଆନ୍ଦୋଳନ ପାଇଁ ସମବାୟ ମନ୍ତ୍ରୀ ବିରୋଧୀଙ୍କୁ ଦାୟୀ କରିଛନ୍ତି । ବିରୋଧୀ ତିଳକୁ ତାଳ କରୁଛନ୍ତି। ସେମିତି ଚାଷୀଙ୍କ ବଡ଼ ଆନ୍ଦୋଳନ କେଉଁଠି ହୋଇନାହିଁ। ମୁଁ ସିଧାସଳଖ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଟି ମଣ୍ଡି ଖୋଲିଛି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୬୪ ହାଜର ୬୫୨ ମେଟ୍ରିକ ଟନ୍‌ ଧାନ କିଣାଯାଇଥିବା ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପରିକି ଟୋକନ ପହଞ୍ଚି ନ ଥିବା ସ୍ଥାନରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାଇ, ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ସମ୍ୱଲପୁରରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ସକାଳ ୧୦ଟାରେ ଗୋଲବଜାର ଛକରେ ଏକତ୍ରୀତ ହୋଇ ଧାନବସ୍ତା ଧରି ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ଧାନକୁ ଖୁଚୁରାରେ ବିକ୍ରି କରି ପ୍ରତିବାଦ କରିଥିଲେ।