ଇପିଏଫ୍ଓ ଘୋଷଣା କରିଛି ଯେ ଯେଉଁମାନେ ୧ ବର୍ଷ ପର୍ଯ୍ୟନ୍ତ ନିରନ୍ତର ସେବା ପ୍ରଦାନ କରିଛନ୍ତି ଯଦି ସେମାନଙ୍କର କୌଣସି ପରିସ୍ଥିତିରେ ମୃତ୍ୟୁ ହୁଏ ସେବେ ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ପରିବାରକୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ପାଇଁ ଇପିଏଫ୍ଓ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି । ପୂର୍ବରୁ ଯେଉଁ କର୍ମଚାରୀମାନେ କାମ କରିବାର ପ୍ରଥମ ବର୍ଷେ ଭିତରେ ପ୍ରାଣ ହରାଉଥିଲେ ସେମାନଙ୍କ ପରିବାର ପାଇଁ କୌଣସି ସର୍ବନିମ୍ନ ବୀମା ରାଶିର ବ୍ୟବସ୍ଥା ନଥିଲା । ହେଲେ ଏଥିରେ ସଂଶୋଧନ କରାଯାଇଛି । କୁହାଯାଉଛି କି, ପ୍ରତିବର୍ଷ ପ୍ରାୟ ୫ ହଜାର କର୍ମଚାରୀଙ୍କର ଏମିତି ପ୍ରାଣ ଯାଉଥିଲା । ଯାହାଦ୍ବାରା ସେମାନେ ସିଧାସଳଖ କୌଣସି ଲାଭ ପାଉନଥିଲେ । ହେଲେ ଏବେ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ । ପୂର୍ବ ନିୟମ ଅନୁଯାୟୀ, ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଇପିଏଫ ଖାତାରେ କିଛି ସମୟ ପାଇଁ ଅବଦାନ ବନ୍ଦ ରହେ, ତେବେ ତାଙ୍କ ପରିବାରକୁ ଇଡିଏଲଆଇ ଲାଭରୁ ବଞ୍ଚିତ କରାଯାଉଥିଲା । ହେଲେ ବର୍ତ୍ତମାନର ନିୟମ ଅନୁସାରେ, ଯଦି କର୍ମଚାରୀଙ୍କ ମୃତ୍ୟୁର ଛଅ ମାସ ମଧ୍ୟରେ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ ଏବଂ ତାଙ୍କ ନାମ ନିଯୁକ୍ତିଦାତାଙ୍କ ରେକର୍ଡରେ ଥାଏ, ତେବେ ତାଙ୍କ ପରିବାର ଲାଭ ପାଇବାକୁ ଯୋଗ୍ୟ ହେବେ । ଏହି ପ୍ରତିବର୍ଷ ପ୍ରାୟ ୧୪,୦୦୦ ପରିବାରକୁ ଲାଭାନ୍ୱିତ କରିବ ବୋଲି ଆଶା କରାଯାଉଛି ।
ପୂର୍ବରୁ ଲଗାତାର ସପ୍ତାହେ ଛୁଟି କିମ୍ବା ଅଧିକ ଛୁଟି ନେଲେ କର୍ମଚାରୀମାନେ ଅନେକ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ । ହେଲେ ଏବେ ସେହି ନିୟମରେ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁସାରେ, ଦୁଇଟି ଚାକିରି ମଧ୍ୟରେ ୬୦ ଦିନ ପର୍ଯ୍ୟନ୍ତ ବ୍ୟବଧାନକୁ ନିରନ୍ତର ସେବା ଭାବରେ ଗଣନା କରାଯିବ । ଏହା ଦ୍ୱାରା ଅଧିକ ପରିବାର ଉଚ୍ଚ ବୀମା ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।





