ରାଉରକେଲା: ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର ପାଇ ଟିମ୍ ଗଠନ କରି ଜାତୀୟ ରାଜପଥରେ ଜଗି ରହିଥିଲେ। ସୂଚନା ମୁତାବକ, ଅପରାଧୀମାନେ ବାଇକରେ ଆସୁଥିବା ବେଳେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ଚାନ୍ଦିପୋଷ ଥାନାର କୁଚେଇତା ଏବଂ ଲହୁଣୀପଡ଼ା ଥାନାର ଲାମ୍ଫସୀ ନିକଟରେ ୩ ଅପରାଧୀଙ୍କୁ ଏନକାଉଣ୍ଟର୍ ହୋଇଥିଲା । ରାଉରକେଲା ସରକାରୀ ହସପିଟାଲରେ ଗୁରୁତର ୩ ଅପରାଧୀଙ୍କୁ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରୁ ୩ଟି ପିସ୍ତଲ, କାର, ଦୁଇଟି ବାଇକ ଜବତ କରିଛି । ଏମାନେ ବାଙ୍କୋ, ବରସୁଆଁ, ଲଙ୍ଗଳକଟା ଅଞ୍ଚଳରେ ଆତଙ୍କ ଚଳାଇଥିଲେ । ଗତ ୨୦ ତାରିଖ ରାତିରେ କୋଇଡା ଅଞ୍ଚଳର ଏକ ପରିବହନ କାର୍ଯ୍ୟାଳୟରୁ ହୋଇଥିବା ୩ ଲକ୍ଷ ଟଙ୍କା ଡକାୟତରେ ଏମାନେ ସାମିଲ ଥିଲେ। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ମଧ୍ଯ ପୁଲିସ୍ ଗିରଫ କରିଛି ।
Post Views: 27





