February 26, 2026 3:30 am

ଓଡିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କରିବେ ଜଗନ୍ନାଥ ଦର୍ଶନ

ପୁରୀ: ରାଷ୍ଟ୍ରପତି ଓଡିଶା ଆସିଲେ ଜଗନ୍ନାଥଙ୍କୁ ଦର୍ଶନ କରିବେ ଓ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ଶ୍ୱେତଗଙ୍ଗାଙ୍କୁ ନୂଆ ରୂପ ଦେବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପୁଷ୍କରିଣୀ ଚାରିପାଖ ଆବର୍ଜନା, ଉଠିଥିବା ଅନାବନା ଗଛ ସଫା ହୋଇଛି । ପୁଷ୍କରିଣୀର ପାଚେରିକୁ ରଙ୍ଗ କରାଯାଉଛି । ଶ୍ୱେତଗଙ୍ଗାକୁ ସଂଲଗ୍ନ ରାସ୍ତା ମଧ୍ୟ ମରାମତି ହେଉଛି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାମ ଆଗଉଛି । ରାଷ୍ଟ୍ରପତିଙ୍କୁ କିଭଳି ସ୍ୱାଗତ କରାଯିବ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ପ୍ରାଶାସନିକ ସ୍ତରରେ ଘନଘନ ବୈଠକ କରାଯାଉଛି। ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପ୍ରସ୍ତୁତି ପର୍ବର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍ପି। ଶ୍ୱେତଗଙ୍ଗା ପୁଷ୍କରିଣୀରେ ସ୍ୱଚ୍ଛତା, ପୁଷ୍କରିଣୀର ଚତୁଃପାଶ୍ୱର୍ରେ ରଙ୍ଗ କାର୍ଯ୍ୟ, ରାସ୍ତାଘାଟର ମରାମତି କାର୍ଯ୍ୟ ଜାନୁଆରୀ ଶେଷ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି ।