December 6, 2025 1:10 pm

ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ବିଚାରପତିଙ୍କ ଚାମ୍ବର ଏବଂ ଅନ୍ୟାନ୍ୟ ସ୍ଥାନରେ ତିନୋଟି ବୋମା ରଖାଯାଇଛି । ଅପରାହ୍ନ ନମାଜ ପରେ ବିସ୍ଫୋରଣ ହେବ । ତେଣୁ ଅପରାହ୍ନ ୨ଟା ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଇମେଲରେ କୁହାଯାଇଥିଲା । ଧମକ ପୂର୍ଣ୍ଣ ଇମେଲ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଆରମ୍ଭ ହୋଇଯାଇଛି ।
ସୂଚନା ମିଳେ ଯେ, ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମିଳିଥିଲା ଯେଉଁଥିରେ ଲେଖାଯାଇଥିଲା ଯେ, ‘ଆଜି ଅପରାହ୍ନରେ ଇସଲାମିକ୍ ନମାଜ ପରେ ବିଚାରପତିଙ୍କ ଚାମ୍ବରରେ ବିସ୍ଫୋରଣ ହେବ । “kanimozhi.thevidiya@outlook.com” ନାମରେ ଇମେଲ ଆସିଥିଲା । ଏହି ଇମେଲ୍ ପାଇବା ପରେ, ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟ ପରିସରକୁ ଖାଲି କରାଯାଇଥିଲା। ଓକିଲ ଏବଂ ବିଚାରପତିମାନଙ୍କୁ ପରିସରରୁ ଖାଲି କରାଯାଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଅନେକ ମିଥ୍ୟା ବୋମା ଧମକ ମିଳିଛି । ଦିଲ୍ଲୀର ଏକାଧିକ ସ୍କୁଲ ଏବଂ ସପିଂ ମଲକୁ ମଧ୍ୟ ବୋମା ବିସ୍ଫୋରଣ ଧମକ ମିଳିଛି । କିନ୍ତୁ ଯାଞ୍ଚ ପରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନାହିଁ ।