December 6, 2025 10:46 am

ପାଣ୍ଡିଆନ ଙ୍କ ବିରୋଧ ରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ବିଜେଡିର ଶୋଚନୀୟ ପରାଜୟ ପରେ ଦଳରେ ପାଣ୍ଡିଆନଙ୍କ ହାକିମାତିକୁ ନେଇ କୁହୁଳୁଥିବା ଅସନ୍ତୋଷ ଏବେ ଧୀରେ ଧୀରେ ବିସ୍ଫୋରକ ରୂପ ନେଉଛି । ଦଳର ଜଣେପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି । ଦେବାଶୀଷ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇବା ସହ ସିଧାସଳଖ ପାଣ୍ଡିଆନଙ୍କ ଏକଚାଟିଆ ନୀତି ଓ ନବୀନ ନିବାସରେ ଚାଲିଥିବା ଅଘୋଷିତ କଟକଣା ବିରୋଧରେ ମୁହଁ ଖୋଲିଛନ୍ତି ।ସାଂସଦ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଛନ୍ତି ଯେ,ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ସୁଯୋଗ ଦିଆଯାଉନାହିଁ । ଦିଲ୍ଲୀରୁ ଫେରିବା ପରେ ସେ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନବୀନବାବୁଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଛନ୍ତି ଏବଂ ତାଙ୍କ ପାଖକୁ ଖବର ପହଂଚାଇବାକୁ ଦେଉନାହାନ୍ତି । ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ନାଁ ନେଇ ଦେବାଶୀଷ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ । ଆମେରିକାରେ ରହି ପାଣ୍ଡିଆନ ରିମୋଟ୍ କଂଟ୍ରୋଲରେ ଆଦିତ୍ୟ ମହାପାତ୍ରଙ୍କ ମାଧ୍ୟମରେ ନବୀନ ନିବାସର ସବୁକିଛିକୁ ନିୟନ୍ତ୍ରଣ କରୁଛନ୍ତି । ନବୀନଙ୍କୁ କାହିଁକି ଭେଟିବାକୁ ଦିଆଯାଉନି ବୋଲି ସେ ପ୍ରଶ୍ନ କରିବା ସହ ଏହା ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତି ଏକ ବଡ଼ ବିପଦ ବୋଲି କହିଛନ୍ତି ।