ନୂଆଦିଲ୍ଲୀ: ମଲାୟାଲାମ୍ ସିନେ ତାରକା ମୋହନଲାଲ ବିଶ୍ୱନାଥନ ୨୦୨୩ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋହନଲାଲ ଦାଦାସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ ହେବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଚୟନ କମିଟି ମୋହନଙ୍କ ନାମରେ ମୋହର ମାରିଛି । ସେପ୍ଟେମ୍ବର ୨୩ରେ ଅନୁଷ୍ଠିତ ହେବାକୁ ଥିବା ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କାର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏକ୍ସ ଜରିଆରେ ମୋଦୀ ମୋହନଲାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋହନଲାଲ ୧୯୮୦ ମସିହାରେ “ମଞ୍ଜିଲ ଭିରିଞ୍ଜା ପୁକ୍କଲ୍” ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ଏକ ରୋମାଣ୍ଟିକ ଡ୍ରାମା ଥିଲା, କିନ୍ତୁ ମୋହନଲାଲ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକା ପାଇଁ ଅଭିନେତାଙ୍କୁ ଯଥେଷ୍ଟ ପ୍ରଶଂସା ମିଳିଥିଲା। ପରବର୍ତ୍ତୀ ସମୟରେ ସେ କମେଡି ଏବଂ ଆକ୍ସନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। “ରାଜାବିନ୍ତେ ମାକନ୍,” “କିରୀଦମ୍,” “ଭାରତମ୍,” “ବୀରାସମ୍,” “ବଂଶମ୍,” ଏବଂ “ଦୃଷ୍ଟିକନ୍” ପରି ଚଳଚ୍ଚିତ୍ରଗୁଡ଼ିକ ତାଙ୍କୁ ଜଣେ ସୁପରଷ୍ଟାର କରିଥିଲା। ଆଜି ମୋହନଲାଲ ୪୫ ବର୍ଷର କ୍ୟାରିଅରରେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l









