April 12, 2026 12:39 pm

ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ପରଲୋକ ରେ ଶୋକସଭା

  • ଶାନ୍ତନୁ ରଣା

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ ଆମପୁର ଗ୍ରାମର ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ୯୬ ବର୍ଷ ବୟସରେ ନିଜ ବାସ ଭବନ ପରିସରରେ ଗତ ଗୁରୁବାର ଦିନ  ପରଲୋକ ଘଟିଛି। ବିଗତ କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସ୍ବର୍ଗତ ମିଶ୍ର କନିଶି ଏବଂ ଏହାର ଆଖପାଖ ଅଞ୍ଚଳରେ ବରିଷ୍ଟ ପଣ୍ଡିତ କର୍ମକାଣ୍ଡ ଓ ଜ୍ୟୋତିଷ ବିଷାରଦ ଭାବେ ବେଶ୍ ପରିଚିତ।ତାଙ୍କରି ଜୀବନ କାଳ ମଧ୍ଯ ରେ ଅନେକ କର୍ମକାଣ୍ଡ ଜ୍ୟୋତିଷ ଶାସ୍ତ୍ର କରି ଉଚ୍ଚ ପ୍ରଶଂସିତ ହେବା ସହ ବହୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି।ଆଜି ସେହି ମହାନ ଆତ୍ମାର ସଦ୍ଗତି କାମନା କରି ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଶୋକସଭା ଗାନ୍ଧୀ ନଗର ୫ମ ଲାଇନ ମିଡିଆ ହବ କାର୍ଯ୍ୟାଳୟରେ  ଅନୁଷ୍ଠିତ ହୋଇଥିଲା।

ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଲକ୍ଷ୍ମୀନାରାୟଣ ଚୌଧୁରୀ,ଉପସଭାପତି ଶଙ୍କର୍ଷଣ ପାତ୍ର  ସାଧାରଣ ସଂପାଦକ ଲକ୍ଷ୍ମଣ ଚୌଧୁରୀ,ସାଂଗଠନିକ ସଭାପତି ଅନିଲ କୁମାର ଚୌଧୁରୀ, କୋଷଧକ୍ଷ ତଥା ସାମ୍ବାଦିକ ଦୀପକ କୁମାର ପଣ୍ଡା,ବରିଷ୍ଠ ସାମ୍ୱାଦିକ ଓ ଆଇନଜୀବି ତଥା ନ୍ୟୁଜ ଏକ୍ସଟ୍ରାର ସମ୍ପାଦକ ପ୍ରଣୟ ପଣ୍ଡା, ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ,ସମ୍ବାଦିକ ରାଜେନ୍ଦ୍ର ପଣ୍ଡିତ,ବିଚିତ୍ର ସଂସାର ସମ୍ପାଦକ ରମେଶ ଚନ୍ଦ୍ର ସାହୁ, କଳିଙ୍ଗ ଆଶ୍ରମ ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ସରୋଜ ପଣ୍ଡା, ସାମ୍ବାଦିକ ସୁବ୍ରତ ରଥ, ଯୁବ ସମାଜସେବୀ ଜୀବନ ପାତ୍ର ବ୍ରହ୍ମପୁର ମହାନଗର ଓ୍ବାର୍ଡ ନଂ ୨୭ ର କର୍ପୋରେଟରର ନୀଳକଣ୍ଠ ସାହୁ ଙ୍କ ସମେତ ବ୍ରାହ୍ମଣ ମହାସଭାର ବହୁ ବରିଷ୍ଠ ସଦସ୍ଯ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦାଗତୀ ନିମନ୍ତେ  ନୀରବ ପ୍ରାର୍ଥନା କରିଥିଲେ